ଝାରସୁଗୁଡ଼ା: ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଗ୍ରୋ କେୟାର ପୁରସ୍କାରରେ ବଡ଼ ବିଜୟ ହାସଲ କରି ଭାରତୀୟ ଉତ୍ପାଦନ ଶିଳ୍ପରେ ପସନ୍ଦର ନିଯୁକ୍ତିଦାତା ଭାବରେ ଏହାର ସୁନାମକୁ ବୃଦ୍ଧି କରିଛି। କର୍ମଚାରୀଙ୍କ ଯୋଗଦାନ ଓ ଶ୍ରେଷ୍ଠ ଏଚଆର ରଣନୀତି ବର୍ଗରେ ଯୁଗ୍ମ ପ୍ରଶଂସା ଲାଭ କରିଛି। ଗତିଶୀଳ ତଥା କର୍ମକ୍ଷେତ୍ର ସହିତ ଜଡ଼ିତ ପରିବେଶ ତଥା ସଂଗଠନ ଦ୍ୱାରା ନିୟୋଜିତ ଅଭିନବ ଓ ପ୍ରଭାବଶାଳୀ କୌଶଳ ପ୍ରତିପାଦନରେ ଏହି ପ୍ରୟାସକୁ ସୂଚୀତ କରେ। ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ  ଓ ପରିବହନ ମନ୍ତ୍ରୀ ଦୟା ଶଙ୍କର ସଂହ ଏହି ପୁରସ୍କାର ପ୍ରଦାନ କରିଥିଲେ।

Advertisment

ଗ୍ରୋକେୟାର ଇଣ୍ଡିଆ ଏକ ଅଣ ଲାଭଦାୟକ ସଂସ୍ଥା ୨୦୧୬ରେ ପ୍ରତିଷ୍ଠିତ ଓ ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀରେ ଅବସ୍ଥିତ। ମାନବ ସମ୍ବଳ, ପରିବେଶ ଓ ବୃତ୍ତିଗତ ସ୍ୱାସ୍ଥ୍ୟ ଓ ନିରାପତ୍ତା ଉପରେ ଉଲ୍ଲେଖନୀୟ କାର୍ଯ୍ୟକୁ ସ୍ୱୀକୃତି ପାଇଁ ଉତ୍ସର୍ଗୀକୃତ । ବେଦାନ୍ତ ଏହା ପାଇବାକୁ ଯୋଗ୍ୟ ବୋଲି ସଂଗଠନ ସ୍ୱୀକୃତି ଦେଇଛି ।
ଏହି ସ୍ୱୀକୃତି ଉପରେ ମତ ଦେଇ ଶ୍ରୀ ସୁନୀଲ ଗୁପ୍ତା, ସିଓଓ-ବେଦାନ୍ତ ଆଲୁମିନିୟମ କହିଛନ୍ତିଯେ ବେଦାନ୍ତ ଆଲୁମିନିୟମରେ ଆମେ ଏକ ଉତ୍କୃଷ୍ଟ କାର୍ଯ୍ୟ ସଂସ୍କୃତି ପ୍ର୍ରଣୟନ କରିଥାଉ ଓ ଏହି ପ୍ରଶଂସା ଏକ ନୂଆ କର୍ମକ୍ଷେତ୍ର ସୃଷ୍ଟି କରିବାରେ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଯାହା ଆମର ନେତୃତ୍ୱ ଓ ସହଯୋଗ ଅଭିବୃଦ୍ଧିକୁ ସୂଚୀତ କରେ । କର୍ମଚାରୀ ମାନେ ଆମ କଂପାନିର ସଂପଦ ଓ ସଫଳତାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି । ସେମାନଙ୍କ ବିକାଶ ଓ ସୁସ୍ଥତା ଆମର ଲକ୍ଷ୍ୟ ହୋଇଥିଲାବେଳେ ଆମେ ସେମାନଙ୍କୁ ଉଭୟ ବୃତ୍ତିଗତ ଓ ବ୍ୟକ୍ତିଗତ କ୍ଷେତ୍ରରେ ସଶକ୍ତ କରିବାକୁ ପ୍ରୟାସୀ ।
ଅଧିକନ୍ତୁ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ପ୍ଲାଂଟ କ୍ରମାଗତ ଭାବରେ ବର୍ଷ ବର୍ଷ ଧରି ଗ୍ରେଟ ଟୁ ୱାର୍କ ପ୍ରମାଣପତ୍ର ହାସଲ କରି ଆସୁଛି ।

• ବିବିଧତା , ସମାନତା, ଓ ଅନ୍ତର୍ଭୁକ୍ତିକୁ ନେଇ ଏହାର କର୍ମ ପରିସର ଡିଜିଟାଲ ବୈଷୟିକୀ ନିୟୋଜନ କରି ଆଲୁମିନିୟମ ଉତ୍ପାଦନ କରୁଛି । ଲିଙ୍ଗ, ଜାତି, ବର୍ଣ୍ଣ ନିର୍ବିଶେଷରେ ଦକ୍ଷ ଗୋଷ୍ଠୀ ସହିତ ସକ୍ରିୟ ଭାବରେ ନିଜର କାର୍ଯ୍ୟରେ ଉନ୍ନତି କରି ଚାଲିଛି ।
• ସଂପ୍ରତି ଝାରସୁଗୁଡ଼ା ପ୍ଲାଂଟ ଓଡ଼ିଶାର ପ୍ରଥମ ଧାତୁ ଓ ଉତ୍ପାଦନ ୟୁନିଟ ହୋଇପାରିଛି ଯାହାକି ଶ୍ରୀ ଶକ୍ତି ପଦକ୍ଷେପ ମାଧ୍ୟମରେ ମହିଳାମାନଙ୍କ ପାଇଁ ନାଇଟ ସିଫ୍ଟରେ କାର୍ଯ୍ୟ ଚାଲୁ କରିଛି ।
• କଂପାନି ନେତୃତ୍ୱ ବିକାଶ ଜରୀଆରେ କଂପାନୀରେ ଚାକିରୀ ବିଷୟବସ୍ତୁ, ଆଭ୍ୟନ୍ତରୀଣ ଅଭିବୃଦ୍ଧି- କର୍ମଶାଳା ଓ ଧ୍ୟାନକେନ୍ଦ୍ରିତ ତାଲିମ କାର୍ଯ୍ୟ୍ରକ୍ରମ ଜରୀଆରେ ସମଗ୍ର ଶିଳ୍ପ ପାଇଁ ନେତୃତ୍ୱ ବିକାଶ ଉପରେ ଧ୍ୟାନ ଦେଇଥାଏ ।
• ଶ୍ରେଷ୍ଠ ଶ୍ରେଣୀର ପ୍ରତିଭା ଅଧିଗ୍ରହଣ, ପଦୋନ୍ନତି ଓ ଧାରଣ ମାଧ୍ୟମରେ କଂପାନି କ୍ରମାଗତ ଭାବେ ଭାରତ ତଥା ବିଦେଶର ଅନୁଷ୍ଠାନଗୁଡ଼ିକରୁ ଶୀର୍ଷ ସ୍ତରୀୟ ପ୍ରତିଭା ନିଯୁକ୍ତି କରେ । ସର୍ବଭାରତୀୟ ସ୍ତରରେ ଡୋମେନ ବିଶେଷଜ୍ଞମାନଙ୍କୁ ପ୍ରୋତ୍ସାହିତ ଯୋଗାଇଥାଏ ।
• ବିସ୍ତୃତ କର୍ମଚାରୀ କଲ୍ୟାଣ କାର୍ଯ୍ୟକ୍ରମ ଜରୀଆରେ ବେଦାନ୍ତ ଉମଙ୍ଗ ମାଧ୍ୟମରେ ଏକ ସୁସ୍ଥ ସ୍ୱାସ୍ଥ୍ୟସେବା ଯୋଗାଇଥାଏ । କର୍ମଚାରୀଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଯତ୍ନ ଉପରେ ଧ୍ୟାନ ଦେଇ କର୍ମଚାରୀ ଓ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ମଧ୍ୟ ଦୃଷ୍ଟି ଦେଇଥାଏ । ଏକ ଉତ୍ତମ କାର୍ଯ୍ୟ-ଜୀବନ ସନ୍ତୁଳନର ପ୍ରତିପୋଷଣ କରିଥାଏ। ପତି-ପତ୍ନୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ଜରିଆରେ ଏକାଠି କାର୍ଯ୍ୟ କରିବାର ସୁଯୋଗ ଦେଇଥାଏ ।
• ବିଶ୍ୱସ୍ତରୀୟ ଆବାସିକ ଟାଉନସିପ ନିର୍ମାଣ କରି କର୍ମଚାରୀ ଓ ସେମାନଙ୍କ ପରିବାର ରହିବା ପାଇଁ ବ୍ୟବସ୍ଥା କରିବା ସହ ଗୁଣାତ୍ମକ ସୁବିଧା, ଡାକ୍ତରଖାନା, ବିଦ୍ୟାଳୟ, ସପିଂ କଂପ୍ଲେକ୍ସ, ଅଡିଟୋରିୟମ, କ୍ରୀଡ଼ା, ମନୋରଂଜନ ଇତ୍ୟାଦି ବ୍ୟବସ୍ଥା ଯୋଗାଇ ଦେଇଛି ।

ବେଦାନ୍ତ ଆଲୁମିନିୟମ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା। ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟା ଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର୍ୟା ଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।