ବେଦାନ୍ତ ହପ୍ପିଟାଲ ପକ୍ଷରୁ ବହୁମୁଖୀ ସ୍ବାସ୍ଥ୍ୟ ମେଳା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନା ପକ୍ଷରୁ ବେଦାନ୍ତ ହସ୍ପିଟାଲ ଠାରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ବେଦାନ୍ତ ହସ୍ପିଟାଲରେ ମଲଟି ସ୍ପେସାଲିଟି ହେଲଥ କ୍ୟାମ୍ପର ଆୟୋଜନ ହୋଇଥିଲା। ଏଥିରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥା ବେଦାନ୍ତ ଲାଞ୍ଜିଗଡ଼ର ମିଳିତ ସହଯୋଗରେ ଗୋଟିଏ ଦିନରେ କଳାହାଣ୍ଡି ଜିଲ୍ଲାରେ ୩ଟି ବ୍ଲକରେ ୬୦୦ରୁ ଅଧିକ ଗ୍ରାମବାସୀଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା।

ଏହି ଅବସରରେ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ୍ ସିଓଓ ରାକେଶ ମୋହନ, ବେଦାନ୍ତର ପ୍ରକଳ୍ପ ନିର୍ଦ୍ଦେଶକ ସଂଜୟ ଅଗ୍ରୱଲ, ଏକ୍ସପାନସନ ପ୍ରୋଜେକ୍ଟ ଜେନେରାଲ ମ୍ୟାନେଜର ସୁନୀଲ ସିଂହ, ଡେପୁଟି ଚିଫ୍ ଫାଇନାନସିଆଲ ଅଫିସର ବିକାଶ ବିନାନୀ, ଡେପୁଟି ଚିଫ୍‌ ପିପୁଲ ଅଫିସର ହେମନ୍ତ ଭାଟିଆ, ଚିଫ୍‌ ସ୍ପେୟାର ରବୀନ୍ଦ୍ର ଧିଙ୍ଗ, ଚିଫ ମେଡିକାଲ ଅଫିସର ଡ଼ା. ଅକ୍ଷୟ ସାହୁ ତଥା ବେଦାନ୍ତ ହସପିଟାଲର ସମସ୍ତ ଅଧିକାରୀ ଏବଂ କମ୍ୟୁନିଟି ଉନ୍ନୟନ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଡା. ବିକାଶ ପ୍ରହରାଜ ଡା.ବୁଲୁ ନାୟକ, ଡା. ହୀରାଚନ୍ଦ୍ର ପଟନାୟକ, ଡା.ଦେବେନ୍ଦ୍ର ସାହୁ, ଡା.ରାଜେଶ ରାଉତରାୟ, ଡା. ସିଲାଦିତ୍ୟ ମହାକୁଡ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର