ଅପହୃତ ଦୁଇ ଜଣ ଜିଗିଡ଼ି ଜଙ୍ଗଲରୁ ଉଦ୍ଧାର

ବେଦାନ୍ତ କର୍ମଚାରୀ ଓ ଡ୍ରାଇଭର ଅପହରଣ ଘଟଣା

ଭବାନୀପାଟଣା : ଗତ ୮ତାରିଖ ରାତିରୁ ଅପହୃତ ବେଦାନ୍ତ ପରିବେଶ ବିଭାଗର କର୍ମଚାରୀ ସତ୍ୟରଞ୍ଜନ ସାହୁ ଓ ଡ୍ରାଇଭର ଗୌରୀଶଙ୍କର ନାଏକଙ୍କୁ ରବିବାର ବିଷମକଟକ ନିକଟ ଜିଗିଡ଼ି ଜଙ୍ଗଲରୁ ଉଦ୍ଧାର କରାଯାଇଛି।

ସତ୍ୟରଞ୍ଜନ ସମ୍ବଲପୁରରରୁ ନୂଆ ସୁଜୁକି ବଲୋନ ଗାଡ଼ି କିଣି ଡ୍ରାଇଭର ଗୈାରୀଶଙ୍କରଙ୍କ ସହିତ ଫେରୁଥିବା ବେଳେ ଏକ ସାତଜଣିଆ ଡକାୟତି ଦଳ ଏକ ସୁଇପ୍ଟ ଡିଜାୟାର୍‌ (ନଂ ଓଡି ୦୮ ବି ୭୭୮୯) ଗାଡ଼ିରେ ଆସି ସେମାନଙ୍କୁ ଛତିଗୁଡ଼ା ଠାରେ ଅଟକାଇଥିଲେ। ତିନିଜଣ ଦୁର୍ବୃତ୍ତ ସତ୍ୟରଞ୍ଜନଙ୍କ ଗାଡ଼ିରେ ବସି ମାରଣାସ୍ତ୍ର ଦେଖାଇ ଗାଡ଼ିକୁ ଆଗକୁ ନେଇ ଯାଇଥିଲେ। ଅନ୍ୟ ଅପହରଣକାରୀମାନେ ଡିଜାୟାର ଗାଡ଼ିରେ ଫେରାର୍‌ ହେବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ସେମାନଙ୍କ ମଧ୍ୟରୁ ଅମ୍ବାଦୁଲା କୁମୁଡ଼ା ବାହାଲିର ଅନିଲ ବାଗ(୨୬) ଓ ମୁନିଗୁଡ଼ା ଭାଲିଆପଡ଼ାର ବୈଷ୍ଣବ ଡଙ୍ଗରିଆ (୨୭) ଆହତ ହୋଇଥିଲେ। ଉଭୟଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ପର୍ଯ୍ୟନ୍ତ ଅପହରଣ ଘଟଣା ପଛର କାରଣ କଣ ସ୍ପଷ୍ଟ ହୋଇ ନାହିଁ।

ସମ୍ବନ୍ଧିତ ଖବର