‌କାଙ୍କେରି ଗ୍ରାମର ଢୋକ୍ରା କାରିଗରଙ୍କୁ ବେଦାନ୍ତର ସହାୟତା

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଏହି ଉତ୍କଳ ଦିବସରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତି ଐତିହ୍ୟର ସ୍ମୃତିଚାରଣ କରାଯାଇଛି ଏବଂ ଲାଞ୍ଜିଗଡ଼ରେ ଥିବା‌ କଂପାନିର ରିଫାଇନାରି ନିକଟସ୍ଥ କାଙ୍କେରି ଗ୍ରାମର କାରିଗରମାନଙ୍କ ସହ କାର୍ଯ୍ୟ କରି ସୁନ୍ଦର ଓ ପ୍ରାଚୀନ କଳାକୃତି ଢୋକ୍ରାକୁ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ପ୍ରତିବଦ୍ଧ ହୋଇଛି । ଦିନରେ ସ୍ଥାନୀୟ କାରିଗରମାନଙ୍କ ଦକ୍ଷତାରେ ଉନ୍ନତି ଆଣି, ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ମଂଚରେ ମାନ୍ୟତା ପ୍ରଦାନ କରିବାରେ ସହାୟକ ହୋଇ ଏବଂ ବଜାର ଲିଙ୍କେଜ୍ ସୁଯୋଗ ପ୍ରଦାନ କରି ଏହି କଳାକୃତିରେ ସେମାନଙ୍କ ପାଇଁ ନିରନ୍ତର ଜୀବନଜୀବିକା ସୃଷ୍ଟି କରିବା ଦିଗରେ କଂପାନି କାର୍ଯ୍ୟ କରୁଛି।

ଏକ ‌ଢୋକ୍ରାର ଏକ ଚମତ୍କାର ହବ୍‌ରେ ପରିଣତ ହେବା ଲାଗି ଏହି ଗ୍ରାମ ପାଖରେ ରହିଥିବା ସୁଯୋଗକୁ ଚିହ୍ନଟ କରି, ଆଧୁନିକ ପଦ୍ଧତି ଜରିଆରେ ପାରମ୍ପରିକ ଡିଜାଇନ୍ ଉତ୍ପାଦନ କରିବା ଲାଗି କାରିଗରମାନଙ୍କୁ ବେଦାନ୍ତ ଆଲୁମିନିୟମ ପ୍ରଶିକ୍ଷଣ ଦେବା ସହ ସେମାନଙ୍କୁ ଧାତବ ଓ କଂଚାମାଲ ସଂଗ୍ରହ କରିବା ଲାଗି ପ୍ରାରମ୍ଭିକ ପୁଞ୍ଜି ଦେଉଛି ଓ ସେମାନଙ୍କ କଳାକୃତିକୁ ଉତମ ଦାମ୍‌ରେ ବିକ୍ରି କରିବା ଲାଗି ବଜାର ଲିଙ୍କେଜ୍ ସୁଯୋଗ ପ୍ରଦାନ କରୁଛି । କଂପାନି ପକ୍ଷରୁ ନିରନ୍ତର କଳାକୃତି ଉତ୍ପାଦନ ଲାଗି ଏକ କଂଚାମାଲ ବ୍ୟାଙ୍କ ସ୍ଥାପନ କରାଯାଇଛି, ଢ଼ୋକ୍ରା ଉତ୍ପାଦନରେ ସହାୟତା ଲାଗି ଆବଶ୍ୟକ ଆର୍ଥିକ ସହାୟତା ଦେବା ଲାଗି ଏକ ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ଖାତା ଖୋଲାଯାଇଛି ।“ କାରିଗର କାର୍ଡ’ ଏହି କାରିଗରମାନଙ୍କୁ ଜନ ମାନ୍ୟତା ପ୍ରଦାନ କରିବା ଲାଗି କଂପାନି ଓଡ଼ିଶା ସରକାରଙ୍କ ସହିତ ସହଯୋଗିତା ସ୍ଥାପନ କରିଛି ଯାହା କାରିଗରମାନଙ୍କୁ ସରକାରୀଙ୍କ ଦ୍ୱାରା ଆୟୋଜିତ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା, ନିଜ ସାମଗ୍ରୀ ପ୍ରଦର୍ଶନ କରିବା ଏବଂ ସେମାନଙ୍କ କାର୍ଯ୍ୟର ବାଣିଜ୍ୟିକ କରଣ କରିବାରେ ସହାୟକ ହୋଇଛି ।

ଏ ସମ୍ପର୍କର କଂପାନିର ସିଇଓ ରାହୁଲ ଶର୍ମା କହିଛନ୍ତି ଯେ ପ୍ରାଚୀନ କଳାକୃତି ଢ଼ୋକ୍ରା ହେଉଛି ଏକ ଜାତୀୟ ସମ୍ପଦ ଯାହା ଆମ ଇତିହାସର ସମୃଦ୍ଧତାକୁ ପ୍ରଦର୍ଶିତ କରୁଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ଅନୁସନ୍ଧାନ କରାଯାଇନଥିବା ଗ୍ରାମୀଣ କାରିଗରଙ୍କ ନବସୃଜନ ସମ୍ଭାବନାକୁ ସମୃଦ୍ଧ କରି ଏହି ସ୍ୱଦେଶୀ କଳାକୃତିର ପୁନରୁଦ୍ଧାର କରିବା ଲାଗି ବେଦାନ୍ତ ଆଲୁମିନିୟମ୍ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି ।

ସମ୍ବନ୍ଧିତ ଖବର