ଭେଡେନ: ଭେଡ଼େନଠାରେ ବିଶ୍ଵଶାନ୍ତି ନବରାତ୍ର ଅଖଣ୍ଡ ଶ୍ରୀହରି ନାମଯଜ୍ଞ ଓ ୨୦ତମ ବିରାଟ ରାମଲୀଳା ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ସ୍ଥାନୀୟ ବାବା ସିଦ୍ଧେଶ୍ଵର ମନ୍ଦିର ପ୍ରାଙ୍ଗଣରେ ବିଶ୍ଵଶାନ୍ତି ନବରାତ୍ର ଅଖଣ୍ଡ ଶ୍ରୀହରି ନାମଯଜ୍ଞ ମହନ୍ତ ଭଗବାନ ଦାଶଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହେଉଛି। ଏହି ଅବସରରେ ଅନୁଷ୍ଠିତ ରାମଲୀଲା ମହୋତ୍ସବରେ ଭେଡ଼େନ ଅଞ୍ଚଳ ଲଙ୍କାପୁରୀ ହୋଇଥିବା ବେଳେ ଭେଡ଼େନସ୍ଥିତ ପୁରୁଣା ହାଟପଦା ଅଞ୍ଚଳ ଅଯୋଧ୍ୟା ନଗରୀ ହୋଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଯୋଗ ଦେଇଥିଲେ। ପ୍ରଥମ ସଂଧ୍ୟାରେ ରାବଣ ଦରବାରରେ ରାବଣ ତପସ୍ୟା ଦ୍ବାରା ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ବରପ୍ରାପ୍ତ ହୋଇଛି ଓ ମନ୍ଦିରକୁ ଯାଇ ଇଷ୍ଟଦେବ ଶିବଙ୍କ ଦର୍ଶନ କରିଛନ୍ତି। ପରେ ଲଙ୍କାରେ କୁବେର ଓ ରାବଣ ମଧ୍ୟରେ ଯୁଦ୍ଧ ହୋଇ ରାବଣ ବିଜୟୀ ହେବା ସହ ରାବଣଙ୍କ ରାଜ୍ୟାଭିଷେକ ହୋଇଛି। ସେହିପରି ରାଜଦରବାର ମହାରାଜ ଦଶରଥ ଋଷି ଶୃଙ୍ଘମୁନିଙ୍କ ତତ୍ତ୍ବାବଧାନରେ ପୁତ୍ରେଷ୍ଟି ଯଜ୍ଞ କରିଛନ୍ତି। ପରେ ମହାରାଜା ଦଶରଥଙ୍କ ଚାରୋଟି ସନ୍ତାନ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଜନ୍ମ ହୋଇଛନ୍ତି। ଅଯୋଧ୍ୟାର ପ୍ରଜାମାନେ ଚାରିଭାଇଙ୍କୁ ଧରି ଅଯୋଧ୍ୟା ନଗର ପରିକ୍ରମା କରିବା ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଥିଲା। ଏହି ମହୋତ୍ସବ ଆସନ୍ତା ୨୨ ତାରିଖ ଚାଲିବ। ରାବଣ ଭୂମିକାରେ ଜଗଦାନନ୍ଦ ମିଶ୍ର ଅଭିନୟ କରୁଥିବା ବେଳେ ଦଶରଥ ଭୂମିକାରେ ସେବାନନ୍ଦ ନାଏକ, ଋଷିଶୃ୍ଙ୍ଗ-କିଶୋର ପଧାନ, କୁବେର- ରାଜକୁମାର ନାଏକ ଅଭିନୟ କରୁଛନ୍ତି। ଚିତ୍ତରଂଜନ ମେହେର, କ୍ଷିତେଶ୍ବର ବେହେରା, ସନ୍ତୋଷ ନାଏକ ସଭା ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/26-10.jpg)