ଭାରତୀୟ ସଶସ୍ତ୍ର ସ˚ଗ୍ରାମର ମହାନାୟକ ବୀର ସୁରେନ୍ଦ୍ର ସାଏ

୨୩ ଜାନୁଆରି ୧୮୦୯ ମସିହାରେ ଜନ୍ମିତ ବୀର ସୁରେନ୍ଦ୍ର ସାଏ ମାତ୍ର ୧୮ ବର୍ଷ ବୟସରେ ମା’ ମାଟିର ମୁକ୍ତି ପାଇଁ ବ୍ରିଟିସ୍‌ ବିରୋଧରେ ଲଢ଼େଇ ଆରମ୍ଭ କରିଥିଲେ । ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ କହାଯାଉଥିବା ୧୮୫୭ ସିପାହୀ ବିଦ୍ରୋହର ବହୁ ପୂର୍ବରୁ ସୁରେନ୍ଦ୍ର ସଂଗ୍ରାମ ‘ଉଲ୍‌ଗୁଲାନ୍‌’ କରିଥି‌େ‌‌ଲ। ପ୍ରଥମ ପର୍ଯ୍ୟାୟ ୧୮୨୭ ରୁ ୧୮୪୦ ଓ ଦ୍ବିତୀୟ ପର୍ଯ୍ୟାୟ ୧୮୫୭ ରୁ ୧୮୬୪ ପର୍ଯ୍ୟନ୍ତ ଦୀର୍ଘ କୋଡ଼ିଏ ବର୍ଷ ଧରି ତାଙ୍କର ସଶସ୍ତ୍ର ସ˚ଗ୍ରାମ ବ୍ରିଟିସ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା।୧୮୪୦ ରୁ ୧୮୫୭ ପର୍ଯ୍ୟନ୍ତ ହଜାରିବାଗ୍‌ ଜେଲ୍‌ରେ ୧୭ ବର୍ଷ ଓ ଦ୍ବିତୀୟ ଥର ୧୮୬୪ ରୁ ୧୮୮୪ ଫେବ୍ରୁଆରି ୨୮ ମୃତ୍ୟୁ ପର୍ଯ୍ୟନ୍ତ ଅସୁରଗଡ଼ ଜେଲରେ ୨୦ ବର୍ଷ ଏହିପରି ମୋଟ ୩୭ ବର୍ଷ ବନ୍ଦୀ ରହି ସୁରେନ୍ଦ୍ର ସାଏ ଅକଥନୀୟ ଯନ୍ତ୍ରଣା ଭୋଗିଥିଲେ। ତାଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ନେତୃତ୍ବରେ ସମ୍ବଲପୁରରେ ବ୍ରିଟିସ ବିରୋଧୀ ଲଢେ଼ଇ ଭାରତୀୟ ସଶସ୍ତ୍ର ସ˚ଗ୍ରାମର ଦେଶ ମାତୃକାର ଏକ ଅନନ୍ୟ ଜ୍ବଳନ୍ତ ଉଦାହରଣ।

ଆଲେଖ୍ୟ: ଲକ୍ଷ୍ମୀନାରାୟଣ ହୋତା

ମରହଟ୍ଟାମାନଙ୍କ ହାତରେ ବନ୍ଦୀ ହୋଇଥିବା ସମ୍ବଲପୁର ରାଜା ଓ ତାଙ୍କ ପୁତ୍ର ମହାରାଜ ସାଏଙ୍କୁ ମୁକ୍ତ କରିବା ପାଇଁ ରାଣୀରତନ କୁମାରୀ ଇ˚ରେଜମାନଙ୍କ ସହାୟତା ଲୋଡ଼ିଥିଲେ। ୧୮୦୪ ମସିହାରେ ଲେଫ୍‌ଟନେଣ୍ଟ ବ୍ରାଉଟନ୍‌ ମରହଟ୍ଟାମାନଙ୍କ କବଳରୁ ରାଜା ଓ ତାଙ୍କ ପିତାଙ୍କୁ ମୁକ୍ତ କରିଥିଲେ। ମରହଟ୍ଟା ସାମ୍ରାଜ୍ୟର ପତନ ପରେ ସମ୍ବଲପୁର ଇ˚ରେଜମାନଙ୍କ ନିୟନ୍ତ୍ରଣକୁ ଚାଲି ଆସିଥିଲାା କେହି ଉତ୍ତରାଧିକାରୀ ନଥିବାରୁ ମହାରାଜ ସାଏଙ୍କ ବିୟୋଗ ପରେ ଇ˚ରେଜମାନେ ବିଧବା ରାଣୀ ମୋହନ କୁମାରୀଙ୍କୁ ଶାସନ ସି˚ହାସନରେ ବସାଇଥିଲେ। ସି˚ହାସନରେ ନିଜ ଦାବି ହାସଲ ପାଇଁ ଆଗଭର ହେଇଥିବା ରାଜବ˚ଶର ଦାୟାଦଙ୍କ ମଧୢରେ ସୁରେନ୍ଦ୍ର ଥିଲେ ପ୍ରମୁଖ । ଜମିଦାରମାନେ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ।

୧୮୪୦ରେ ସମ୍ବଲପୁର ଦେହୁରୀପାଲିରେ ସୁରେନ୍ଦ୍ର, ତାଙ୍କ କାବା ବଳରାମ ଓ ଭାଇ ଉଦନ୍ତଙ୍କୁ ଇ˚ରେଜମାନେ ବନ୍ଦୀ କରିନେଇଥିଲେ। ସୁରେନ୍ଦ୍ରଙ୍କୁ ପାଞ୍ଚ ବର୍ଷ ଓ ଅନ୍ୟମାନଙ୍କୁ ୭ ବର୍ଷ କାରାଦଣ୍ତରେ ଦଣ୍ତିତ କରି ହଜାରିବାଗ ଜେଲ୍‌ରେ ରଖାଯାଇଥିଲା।

ସୁରେନ୍ଦ୍ରଙ୍କ ଦ୍ବିତୀୟ ପର୍ଯ୍ୟାୟର ଲଢେ଼ଇ ଥିଲା ଅତ୍ୟନ୍ତ ସୁସ˚ଗଠିତ ଯାହାକି ମହାସ˚ଗ୍ରାମର ରୂପ ନେଇଥିଲା। ୧୮୫୭ ଜୁଲାଇ ୩୦ ତାରିଖ ବିଦ୍ରୋହୀମାନେ ହଜାରୀବାଗ ଜେଲ ଭାଙ୍ଗି ଦେବାର ସୁଯୋଗ ନେଇ ଅନ୍ୟ ବନ୍ଦୀଙ୍କ ସହ ବୀର ସୁରେନ୍ଦ୍ର ସାଏ ପଳାୟନ କରି ଅକ୍ଟୋବର ୭ ତାରିଖ ସମ୍ବଲପୁରରେ ପହଞ୍ଚିଲେ। ବିଦ୍ରୋହ ମହାସ˚ଗ୍ରାମରେ ପରିଣତ ହେବା ପାଇଁ ସତେ ଯେମିତି ସୁରେନ୍ଦ୍ରଙ୍କୁ ଅପେକ୍ଷା କରିଥିଲା ସମୟ। ବ୍ରିଟିସ ସରକାର ତାଙ୍କୁ ବିଦ୍ରୋହୀ ବୋଲି ଘୋଷଣା କଲେ। ବ୍ରଟିସ ମାନଙ୍କ ଅଭିପ୍ରାୟ ବୁଝିପାରି ଅକ୍ଟୋବର ୩୧ ତାରିଖ ସୁରେନ୍ଦ୍ର ଖିଣ୍ତା ଅଭିମୁଖେ ଯାଉଥିଲେ। ବାଟରେ ଝରଘାଟି ଠାରେ ରକ୍ତାକ୍ତ ଯୁଦ୍ଧ ହେଲା। ବ୍ରିଟିସ ସୈନ୍ୟଙ୍କ ସ˚ଖ୍ୟାରେ ଅଧିକ ତଥା ଆଧୁନିକ ଅସ୍ତ୍ର ଶସ୍ତ୍ରକୁ ସାମ୍ନା କରିବା ଅସମ୍ଭବ ଜାଣିପାରି ଲୁଚିଛପି ଗରିଲା ଯୁଦ୍ଧ ଆରମ୍ଭ କଲେ।

ସୁରେନ୍ଦ୍ରଙ୍କ ମୁକ୍ତିର ଅବଧି ସରିବା ପରେ ମଧୢ ତାଙ୍କୁ ମୁକ୍ତ କରାଗଲା ନାହିଁ। ଦ୍ବିତୀୟ ପର୍ଯ୍ୟାୟରେ ଅସୁରଗଡ଼ ଜେଲରେ ତାଙ୍କୁ ବନ୍ଦୀ କରି ରଖାଗଲା। ସେଠାରେ ତାଙ୍କୁ ଦୀର୍ଘ ୨୦ ବର୍ଷ କାଳ ଶେଷ ନିଶ୍ବାସ ପର୍ଯ୍ୟନ୍ତ ବନ୍ଦୀ ରଖାଯାଇଥିଲା।

ସୁରେନ୍ଦ୍ରଙ୍କ ରଣ କୌଶଳ: ଉଲ୍‌ଗୁଲାନ୍‌
ଇ˚ରେଜମାନଙ୍କ ତୁଳନାରେ ସୁରେନ୍ଦ୍ରଙ୍କ ସୈନ୍ୟ ଥିଲେ ବହୁତ୍‌ କମ୍‌। ସମ୍ମୁଖ ଯୁଦ୍ଧ ବଦଳରେ ସୁରେନ୍ଦ୍ର ଇ˚ରେଜମାନଙ୍କ ସହ ମୁକାବିଲା ପାଇଁ ଆପଣେଇଥିଲେ ଗରିଲା ରଣନୀତି। ବାଛି ନେଇଥିଲେ ଘଞ୍ଚ ବନାନୀ, ପାର୍ବତ୍ୟ ଦୁର୍ଗ, ଗିରିଶୃଙ୍ଗକୁ ସୁରକ୍ଷିତ ଆଶ୍ରୟସ୍ଥଳୀ। ଘଞ୍ଚ ଜଙ୍ଗଲର ବାଧା ପାଇଁ ଇ˚ରେଜ ବାହିନୀ ବିପ୍ଲବୀମାନଙ୍କ ନିକଟରେ ପହ˚ଚି ପାରୁନଥିଲା। ଇ˚ରେଜ ସେନାକୁ ସୁରେନ୍ଦ୍ରଙ୍କ ସେନା ଅତର୍କିତ ଆକ୍ରମଣ କରୁଥିଲେ। ତାଲିମପ୍ରାପ୍ତ ଇ˚ରେଜ ସୈନ୍ୟମାନଙ୍କ ଯୁଦ୍ଧ କୌଶଳ କାମ ଦେଇନଥିଲା।

ମୁକ୍ତି ସ˚ଗ୍ରାମର ସହଯୋଗୀ
ସୁରେନ୍ଦ୍ରଙ୍କୁ ସମର୍ଥନ ଜଣାଇ ଏହି ମହାସ˚ଗ୍ରାମରେ ସାମିଲ ହେଲେ ଘେଁସର ମାଧୋ ସି˚ହ, ଭେଡେ଼ନର ମନୋହର ସି˚ହ, ଖରସଲର ଦିଆଲ ସର୍ଦ୍ଦାର, ପାହାଡ଼ଶ୍ରୀଗିଡ଼ାର ଜନାର୍ଦ୍ଦନ ସି˚ହ, ଲଖନପୁରର ବଳଭଦ୍ର ଦାଓ, କୋଲାବିରାର କରୁଣା ଗଡ଼ତିଆ, ପାଟକୁଲୁଣ୍ତାର ପୀତାମ୍ବର ସି˚ହ, ସୋହେଲାର ମୋହନ ସି˚ହ, ମଲିଦା, ଲୋଇସି˚ହା, ଖରମୁଣ୍ତା, କୋଡ଼ାବଗା, ଲିମଧରର ଜମିଦାର ଆଉ ମୁଖଆମାନେ। ତେବେ, ଏହି ଜମିଦାର/ମୁଖିଆମାନେ ଆଦିବାସୀ (ଗଣ୍ତ, ବ˚ଝାଲ, କନ୍ଧ ଓ ‌େଚୗହାନ) ଥିବାରୁ ସାଧାରଣ ନିରକ୍ଷର ପ୍ରଜା ମଧୢ ଏହି ଯୁଦ୍ଧରେ ଝାସ ଦେଲେ।

ସମ୍ବନ୍ଧିତ ଖବର