ଭୁବନେଶ୍ବର: ପରିବା ଦର ଆକାଶଛୁଆଁ। ବଜାରକୁ ଗଲେ ଡରାଉଛି ପରିବା ଦର। ପିଆଜ ପରେ ଏବେ ୭୦ ଟଙ୍କା ଟପିଛି ପୋଟଳର କିଲୋ ପିଛା ଦର। ତେବେ, କଲରା କିଲୋ ପିଛା ଦର ମଧ୍ୟ ୬୦ ଉପରେ ରହିଛି। ସେହିପରି ବାଇଗଣ, ବିନ୍ସ, ଭେଣ୍ଡି ପିଛା ଦର ୫୦ ଉପରକୁ ଟପିଛି। ପରିବା ଯେତେ ଭଲ ହେଉଛି ଦର ସେତେ ଉଚ୍ଚା ହେବାରେ ଲାଗିଛି। ଶୀତ ଦିନିଆ ପରିବା ଫୁଲକୋବି କଥା ନକହିବା ଭଲ। ଛୋଟ କୁନି କୁନି କୋବି ଗୋଟା ୪୦ ଟଙ୍କା ଉପରକୁ ରହିଥିବା ବେଳେ ବନ୍ଧା କୋବିର ଦର ମଧ୍ୟ ଆକାଶଛୁଆଁ ପାଲଟିଛି।
ଗତ କିଛି ଦିନ ହେବ ପରିବାର ଦର ଏହିଭଳି ଉଚ୍ଚା ରହୁଛି। ସବୁଠୁ ବଡ଼ କଥା ହେଉଛି ଭୁବନେଶ୍ବରର ୧ ନମ୍ବରରେ ଏପରି ଦର ରହିଥିବା ଦେଖିବାକୁ ମିଳିଛି। ସହରରେ ଥିବା ଅନ୍ୟ ଛୋଟ ଛୋଟ ପରିବା ଦୋକାନରେ ଦର ଆହୁରି ଉଚ୍ଚା ରହୁଛି। କିଛି ଦିନ ହେବ ପରିବା ଦରର ଉଚ୍ଚା ରହୁଥିବାରୁ ଏହାର ସୁଯୋଗ ନେଇ ବେପାରୀମାନେ ମନ ଇଚ୍ଛା ବିକ୍ରି କରୁୁଛନ୍ତି। ଫଳରେ ହତାସ ହେଉଛନ୍ତି ଗ୍ରାହକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/f-1-750x430.jpg)