ଭୁବନେଶ୍ବର: ବାପରେ କି ରେଟ୍ ? ପରିବା ଆଉ ଖାଇ ହେବନି । ଦର ଶୁଣିଲେ ଡର ଲାଗୁଛି । ଆକାଶ ଛୁଆଁ ପରିବାର ଦର, କିଣିବ କଣ ଦର ଶୁଣିଲେ ଲାଗୁଛି ଡର । ବଜାରରେ ଯେଉଁ ପରିବାରେ ଆପଣ ହାତ ମାରିବେ ତାର ଭାଉ ଅଧିକ । ଲଗାଣ ବର୍ଷା ଏବଂ ଷ୍ଟିୟିରିଂ ଛାଡ ଆନ୍ଦୋଳନ ପାଇଁ ପରିବହନ କିଛି ମାତ୍ରାରେ ପ୍ରଭାବିତ ହୋଇଥିବାରୁ ପରିବାର ଦର ବୃଦ୍ଧି ହୋଇଥିବା କୁହାଯାଉଥିବା ବେଳେ ବଜାରରେ ପରିବା ଦର ବଢିଛି । ଖାଉଟି ପରିବା କିଣିବାକୁ ହନ୍ତସନ୍ତ ହେଉଛନ୍ତି । ଏହି ଦର ଯଦି ଏମିତି ରୁହେ ତେବେ ଶ୍ରାବଣ ମାସରେ ଲୋକଙ୍କ ପାଇଁ ପରିବା ଖାଇବା ମୁସକିଲ୍ ହୋଇପଡିବ । ତେବେ ନଜର ପକାନ୍ତୁ କେଉଁଠି ରହିଛି କେତେ ଦର ?
କଟକ ଛତ୍ରବଜାରରୁ ଆସିଥିବା ରିପୋର୍ଟକୁ ଯଦି ଆପଣ ଦେଖିବେ ତେବେ ଆଳୁ- କିଲୋ ୨୦, ପିଆଜ - କିଲୋ ୨୫, କଖାରୁ - କିଲୋ ୨୦, ପୋଟଳ - କିଲୋ ୩୦, ଭେଣ୍ଡି - କିଲୋ ୪୦, ବିଲାତି - କିଲୋ ୩୦, ବାଇଗଣ - କିଲୋ ୭୦, ଗାଜର -କିଲୋ ୩୦ ଟଙ୍କା ରହିଛି ।
ସେହିପରି ବନ୍ୟାରେ ପ୍ରଭାବିତ ହୋଇଥିବା ବାଲେଶ୍ବରରେ ମଧ୍ଯ ପରିବା ଦର ଚଢା ରହିଛି । ଗୋଟେ ପଟେ ପରିବହନ ସେବା ପ୍ରଭାବିତ ଅନ୍ୟପଟେ ବନ୍ୟା ଜନିତ ବନ୍ୟାରେ ଚାଷ ପ୍ରଭାବିତ ହୋଇଛି । ତେଣୁ ଏହାର ସିଧା ସଳଖ ପ୍ରଭାବ ପଡିଛି ପରିବା ଦର ଉପରେ ।
ବାଲେଶ୍ବରରେ ପରିବା ଦର
ଆଳୁ- ୨୦
ପିଆଜ- ୩୦
ଟମାଟୋ- ୫୦
ବାଇଗଣ- ୮୦
ଭେଣ୍ଡି- ୮୦
ଜହ୍ନି- ୭୦
ଅମୃତଭଣ୍ଡା- ୪୦
କାଙ୍କଡ଼- ୮୦
ବୋଇତାଳୁ- ୨୦
ଗାଜର-୫୦
କଲରା -୭୦
ବ୍ରହ୍ମପୁରରେ ପରିବା ଦର
ଭେଣ୍ଡି- ୬୦
ବାଇଗଣ- ୬୦
କଲରା- ୮୦
ଫୁଲକୋବି- ୮୦
ବିନ- ୧୫୦
କାଙ୍କଡ଼-୮୦
ଜହ୍ନି- ୫୦