କଣାସ : ଗତ ସପ୍ତାହରେ କଣାସ ଅଞ୍ଚଳରେ ବନ୍ୟା ପରେ ଲୋକଙ୍କ ଦୁର୍ଦଶା ବଢ଼ିଯାଇଛି। ନାନା ସମସ୍ୟା ଦେଇ ସ୍ଥାନୀୟ ଲୋକେ ଗତି କରୁଥିବାବେଳେ ପରିବା ଦର ହଠାତ ବଢ଼ିଯାଇଛି। ଗ୍ରାମାଞ୍ଚଳ ବଜାରରେ ମଧ୍ୟ ୪୦ ଟଙ୍କା ତଳେ କୌଣସି ପରିବା ମିଳୁନି। ଫଳରେ ଘର ଚଳାଇବା କଷ୍ଟକର ହୋଇପଡୁଛି। କଣାସରେ ବନ୍ୟା ଆସିବା ଫଳରେ ପରିବା ଚାଷ ପୂରା ଉଜୁଡ଼ି ଯାଇଛି। ନୁଆସାହି, ବାଙ୍କତଳ, ପାଣ୍ତିଆକେରା, ସିମିଳିପାଟଣା, ନାନକେରା, ବାଲିପାଟଣା, ବଡ଼ାସ, ବୈଦ୍ୟନାଥପାଟଣା, କଖାରୁବସ୍ତ, ଓସ୍ତପାରୀ, ଗଉଡପାଟଣା, ନୁଆ ଦୋକନ୍ଦା ଆଦି ଗ୍ରାମରେ ଚାଷୀମାନେ ବିଭିନ୍ନ ପ୍ରକାର ପରିବା ଚାଷ କରିଥାନ୍ତି। ଏହି ସବୁ ପରିବାକୁ ଚାଷୀମାନେ କଣାସ, ବିଜିପୁର, କରମଳା, ଗଡିଶାଗୋଦା, କଳାପଦର, ବାଲିପଡା, ଜଙ୍କିଆ, ଜଙ୍ଗାର, ମନ୍ଦାରବସ୍ତ ଆଦି ହାଟରେ ବିକ୍ରି କରିଥାନ୍ତି। ଚଳିତ ବନ୍ୟା ଓ ବର୍ଷା ଫଳରେ ପରିବା ଚାଷ ଉଜୁଡ଼ି ଯାଇଥିବାରୁ ଏହି ସବୁ ହାଟରେ ପରିବା ଦର ମହଙ୍ଗା ହୋଇଯାଇଛି।
କଣାସ ଅଞ୍ଚଳରେ ବନ୍ୟା ପରେ ପରିବା ଦର ଆକାଶଛୁଆଁ, ଘର ଚଳାଇବା ହୋଇପଡୁଛି କଷ୍ଟକର
/sambad/media/post_attachments/wp-content/uploads/2019/09/Vegetable-Price-Rises-More_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)