ଘୁ.ଉଦୟଗିରି: ପେଟ ଚାଖଣ୍ଡେ ପାଇଁ ଚାଲିଛି ନାଟ। ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ହାଡ଼ ଭଙ୍ଗା ପରିଶ୍ରମ କରି ଚାଷୀ ଫସଲ ଉତ୍ପାଦନ କରୁଛି। ହେଲେ ବିକ୍ରି ପାଇଁ ବଜାର ନଥିବା ଏବଂ ଉପଯୁକ୍ତ ଦର ନମିଳିବା ଯୋଗୁଁ ଚାଷୀ ଏବେ ରାସ୍ତା କଡରେ ନିଜ ଉତ୍ପାଦିତ ପରିବା ଧରି ଲୋକଙ୍କୁ ବିକ୍ରି କରୁଥିବା ଦେଖିବାକୁ ମିଳିଛ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହରର ମୁଖ୍ୟ ସଡ଼କରେ।
ପରିବା ବିକ୍ରି କରିବା ନିମନ୍ତେ ସ୍ୱତନ୍ତ୍ର ବଜାର ନ ଥିବା ହେତୁ ଚାଷୀ ବାଧ୍ୟ ହୋଇ ସହରର ରାସ୍ତାକୁ ନିଜ ବ୍ୟବସାୟର ପେଣ୍ଠସ୍ଥଳି ଭାବେ ଧରିନେଇ ବିପଦ ସଂକୁଳ ରାସ୍ତାରେ ଦୈନିକ ନିଜ ପରିବା ଆଣି ବିକ୍ରିକରୁଛି। ରାଜ୍ୟ ସରକାର ଏବଂ ପ୍ରଶାସନ କୃଷି, କୃଷକ ନିମନ୍ତେ ମାଳ ମାଳ ଯୋଜନା କରୁଛନ୍ତି ହେଲେ ଚାଷୀ ଚାଷ କରିବା ପରେ ନିଜ ଉତ୍ପାଦିତ ଦ୍ରବ୍ୟ କେଉଁଠି ବିକ୍ରି କରିବ ତାଉପରେ କୌଣସି ନଜର ନାହିଁ।
ଘୁ.ଉଦୟଗିରି ସହରକୁ ଆଖ ପାଖ ବହୁ ଗ୍ରାମର ଚାଷୀ ମାନେ ନିଜ ଉତ୍ପାଦିତ ଦ୍ରବ୍ୟ ଯଥା ପାରିବ ବିକ୍ରି ନିମନ୍ତେ ନିର୍ଭର କରୁଛନ୍ତି। ନିଜ ଉତ୍ପାଦିତ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ମିଳୁ ନ ଥିବା ହେତୁ ନିଜ ଚାଷୀ ବେପାରୀ ପାଲଟି ରାସ୍ତା କଡରେ ବସୁଛନ୍ତି। ବିଶେଷ କରି ଏହି ଅଂଚଳର ମହିଳାମାନେ ବିଭିନ୍ନ କିସମର ପରିବା ଧରି ରାସ୍ତାକଡରେ ବିକ୍ରି ପାଇଁ ବସିଥାନ୍ତି। ସକାଳ ୬ଟାରୁ ସହରର ଭଞ୍ଜମାର୍କେଟ ସମୁଖ ମୁଖ୍ୟ ସଡ଼କ କଡରେ ପରିବା ବିକାଳୀଙ୍କ ପସରା ଲାଗିଥାଏ। ରାସ୍ତା ଉପରେ ସହ ସହ ଗାଡି ମଟର ଯାତାୟାତ ହେଉଥିବା ବେଳେ ବିପଦପୂର୍ଣ୍ଣ ଭାବେ ପରିବା ବିକାଳୀ ବସିରିଥିବା ବେଳେ ଗ୍ରାହକ ମଧ୍ୟ ସେଇ ରାସ୍ତା କଡରେ ବିପଦପୂର୍ଣ୍ଣ ଭାବେ ପରିବା କିଣିଥାନ୍ତି। ସହରକୁ ଆସି ପରିବା ବିକ୍ରି କରୁଥିବା ଏହି ଗରିବ ଚାଷୀମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ବଜାର ନିର୍ମାଣ କିମ୍ବା ସ୍ୱତନ୍ତ୍ର ସ୍ଥାନ ଯୋଗେଇଦେବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/kandhamal-1.jpg)