ଯୋଡ଼ା : ଯୋଡ଼ା ବଜାରରେ ପରିବା ଦର ଆକାଶ ଛୁଆଁ। ଲଙ୍କା ଅଢ଼େଇଶହ ଟଙ୍କା ବିକ୍ରି ହେଉଥିବା ବେଳେ ବିଲାତି କିଲୋପିଛା ଶହେଟଙ୍କାରୁ ଅଧିକ ବିକ୍ରି ହେଉଛି। ସେହିପରି କିଲୋଗ୍ରାମ ପ୍ରତି ବାଇଗଣ ୮୦ ଟଙ୍କା, ପୋଟଳ ୮୦ , ଭେଣ୍ଡି ୮୦, ଛୁଇଁ ୨୦୦ ଟଙ୍କା ବିକ୍ରି ହେଉଛି। ଫଳରେ ଯୋଡ଼ା ଖଣି ଅଞ୍ଚଳରେ ସାଧାରଣ ଲୋକ ଓ ଖଣି ଖାଦାନରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ପରିବା କିଣିବା କଷ୍ଟକର ହୋଇପଡ଼ୁଛି।

Advertisment

କିଛି ଦିନ ଧରି ଲଗାଣ ବର୍ଷା ହେବା ଫଳରେ ପରିବା ଫସଲ ନଷ୍ଟ କାରଣରୁ ବଜାର ଦର ହୁହୁ ହୋଇ ବଢ଼ୁଥିବା କୁହାଯାଉଛି। ଯୋଡ଼ା ବଜାର  ବ୍ୟତୀତ ପୌରପାଳିକା ଭେଣ୍ଡିଂ ଜୋନ ଗୁଡିକରେ ପରିବା ଦର କୌଣସି ତାଳମେଳ ରହୁ ନାହିଁ । ଏହି ସୁଯୋଗରେ କେତେକ ପରିବା ବ୍ୟବସାୟୀ ମନଇଚ୍ଛା ଦର ନେଉଥିବା ସାଧାରଣରେ ଅଭିଯୋଗ ହେଉଛି।