ବ୍ରଜରାଜନଗର: ଓରିଏଣ୍ଟ ରେସ୍କ୍ୟୁ ଷ୍ଟେସନ ଛକ ନିକଟରେ ଝାରସୁଗୁଡ଼ା ଏମ୍ଭିଆଇ ଓ ଓରିଏଣ୍ଟ ଥାନା ପୁଲିସ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଇଥିଲା। ଏଥିରେ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗରେ ମୋଟ ୫୨ଟି ମାମଲା ରୁଜୁ କରାଯାଇ ୩ ଲକ୍ଷ ୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେଥି ମଧ୍ୟରେ ଏମ୍ଭିଆଇ ପକ୍ଷରୁ ହୋଇଥିବା ଯାଞ୍ଚରେ ୨୭ଟି ଚାଲାନ୍ରୁ ୨ ଲକ୍ଷ ୭୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ପୋଲିସ ପକ୍ଷରୁ ୨୫ଟି ମାମଲାରେ ୨୫ ହଜାର ଟଙ୍କା ଜରିମାନା ହୋଇଛି।
ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗରେ ୫ଟି ମାମଲା ରୁଜୁ ହୋଇ ଗାଡ଼ି ଜବତ କରାଯିବା ସହ ଚାଳକଙ୍କୁ ପିଆର୍ ବଣ୍ଡ୍ରେ ଛଡା ଯାଇଥିବା ଥାନଧିକାରି କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି। ସନ୍ଧ୍ୟାରେ ମଧ୍ୟ ପୁଲିସ ପକ୍ଷରୁ ମଣ୍ଡଳିଆ ବାଇପାସ୍ରେ ଚେକିଙ୍ଗ ଚାଲିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/13-23.jpg)