ଭଦ୍ରକ: ଧାମନଗର ନିର୍ବାଚନ ମଣ୍ଡଳୀ କାଁପଡ଼ା ପଞ୍ଚାୟତରେ ପ୍ରଚାର ବେଳେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଗାଡ଼ିକୁ ରାସ୍ତାରେ ଅଟକାଇଲେ ସରକାରୀ କଳ। ସରକାରୀ କଳ ମାନ୍ୟବର ସାଂସଦଙ୍କ ଆଗରେ ସ୍ୱୀକାର କରିବାକୁ ବାଧ୍ୟ ହେଲେ ଯେ, ଆପଣଙ୍କ ଗାଡ଼ିରୁ କିଛି ବାହାରିବ ନାହିଁ। ମାତ୍ର ସାଂସଦ ଶ୍ରୀ ଷଡ଼ଙ୍ଗୀ ଆଇନରୁ ଊର୍ଦ୍ଧ୍ଵରେ କେହି ନୁହନ୍ତି, ତେଣୁ ଯାଞ୍ଚ କରିବାକୁ ଅନୁମତି ଦେଲେ। କିନ୍ତୁ ଯାଞ୍ଚ ପରେ ତାଙ୍କ ଗାଡ଼ି ଭିତରୁ କିଛି ସତେଜ ବ୍ରାହ୍ମୀପତ୍ର ସହ ଫଳ ଓ ବିସ୍କୁଟ ମିଳିଲା । ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାଯୋଗ୍ୟ, ଧାମନଗର ଉପନିର୍ବାଚନ ପାଇଁ ମାଳମାଳ ନେତା ଓ କର୍ମୀ ଗାଁଗଣ୍ଡାରେ ବୁଲି ପ୍ରଚାର ଚଳାଇଛନ୍ତି। ଏହି ଉପନିର୍ବାଚନ ତିନି ପ୍ରମୁଖ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ବିଜେଡିର ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ ସାରା ରାଜ୍ୟର ନଜର ରହିଛି। ଉପନିର୍ବାଚନର ଫଳାଫଳ କଣ ହେବ, ସେ ସଂକ୍ରାନ୍ତରେ ରାଜନୈତିକ ସମୀକ୍ଷକଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦଳର ନେତା ମଧ୍ୟ ଅପେକ୍ଷାରେ ରହିଛନ୍ତି। ତେବେ ଏହି ଉପନିର୍ବାଚନରେ ଅନୁକମ୍ପା ଭୋଟ୍କୁ ନେଇ ନେତାଙ୍କ ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛି।
/sambad/media/post_attachments/wp-content/uploads/2022/10/Untitled-28.png)
୨୦୧୯ ନିର୍ବାଚନରେ ଏହି ଆସନ ବିଜେପି ହାତରେ ଥିଲା। ଜିଲ୍ଲାର ୭ଟି ବିଧାନସଭା ଆସନ ମଧ୍ୟରୁ କେବଳ ଧାମନଗରରୁ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ ବିଜୟୀ ହୋଇ ଦଳର ସମ୍ମାନ ରକ୍ଷା କରିଥିଲେ। ସେହି ଦୃଷ୍ଟିରୁ ଏହି ଉପନିର୍ବାଚନ ସବୁ ଦଳ ପାଇଁ ଅଗ୍ନି ପରୀକ୍ଷାର ସମୟ ବୋଲି କୁହାଯାଉଛି। ଧାମନଗରରେ ବିଜେପି ତାର ସ୍ଥିତି ବଜାୟ ରଖିବ ନା ବାଲେଶ୍ବର ଉପନିର୍ବାଚନ ଭଳି ବିଜେଡି ଏହି ଆସନ ଛଡ଼ାଇ ନେବ; ତାକୁ ନେଇ ଦୁଇ ଦଳରେ ଉତ୍କଣ୍ଠା ଜାରି ରହିଥିବାବେଳେ ବିଜେଡିର ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଗେମ୍ ଚେଞ୍ଜର ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏବେ ସବୁଦଳ ପ୍ରଚାରକୁ ଜୋରଦାର କରିଥିବାବେଳେ ବିଜେଡି, ବିଜେପି, ସ୍ବାଧୀନ ଓ କଂଗ୍ରେସ ପ୍ରାର୍ଥୀ ପୂରା ଜୋସ୍ରେ ଅଛନ୍ତି। କାଳୀପୂଜା ପରେ ପ୍ରଚାର ଆହୁରି ସରଗରମ୍ ହେବ। ସବୁ ଦଳର ମୁଖିଆ ଆସି ଭୋଟ୍ ପ୍ରଚାର କରିବେ। ଏସବୁ ସତ୍ତ୍ବେ ନିର୍ବାଚନ ପରିଚାଳନା କରୁଥିବା ନେତାଙ୍କୁ ଅନୁକମ୍ପା ଭୋଟ୍ ବିଭାଜନ ଭୟ ଘାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/Brahmi-Leafs-From-MPs-Car_Thumbnail.jpg)