ଗାଡି ଧକ୍କାରେ ଜଣକର ମ୍ରୁତ୍ୟୁ

ପାଟଣାଗଡ଼: ପାଟଣାଗଡ଼ ବ୍ଲକ ବଗଲାବନ୍ଧ ଛକ ଠାରେ ଏକ ଅଜଣା ଗାଡି ଧକ୍କାରେ ଜଣକର ମ୍ରୁତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼ ମେହେର ପଡା ନିବାସୀ ଚୁଡାମଣି ମେହେର(୫୫) କୌଣସି କାମରେ ଧୁମାଭଟା ପଟକୁ ଯାଇଥିଲେ।

କାମ ସାରି ନିଜ ବାଇକ ଯୋଗେ ଫେରୁଥିବା ସମୟରେ ପାଟଣାଗଡ଼ – ଧୁମାଭଟା ମୁଖ୍ୟ ରାସ୍ତାରେ ଥିବା ବଗଲାବନ୍ଧ ଛକ ଓ ଢାବା ମଧ୍ୟରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର୍ ମାରିଥିଲା। ଧକ୍କା ହେବା ଫଳରେ ଚୁଡାମଣି ଗୁରୁତର ହୋଇ ପଡିଥିଲେ। ଗୁରୁତର ଅବସ୍ଥାରେ ଚୁଡାମଣି କୁ ଉଦ୍ଧାର କରି ଏମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲା। ସେଠାରେ ଡାକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଥିବା ଜଣାପଡିଛି। ଏ ସମ୍ପର୍କରେ ପାଟଣାଗଡ଼ ପୁଲିସ କେସ ନଂ ୫୩/୨୩ ରେ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ପୁଲିସ ତଦନ୍ତ କରୁଥିବା ନେଇ ଏସଆଇ ବି. କେ. ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର