ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଏକ ବାଇକ୍ ଦୁର୍ଘଟଣାରେ ୨ ଜଣ ମୃତ୍ୟୁ ଘଟିଛି। ମୃତକ ଦୁଇ ଯୁବକ ହେଲେ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା କୋମାଖାନ ଥାନା ଘୋଟ ଗ୍ରାମର ଅଜିତ ସାହୁ (୨୨) ଓ ସିଙ୍ଗାରିଆ ଗ୍ରାମର ଲୋକେଶ ସାହୁ (୧୮) ବୋଲି ଜଣାପଡ଼ିଛି। ସୂଚନାନୁସାରେ ଅଜିତ ଓ ଲୋକେଶ ଏକ ବାଇକ୍ରେ ଖରିଆରରୋଡ୍ ପଟକୁ ଆସୁଥିବା ବେଳେ କୋମାଖାନ ଥାନା ଅନ୍ତର୍ଗତ ଟେମରୀ ନାଳା ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଫେରାର ହୋଇଯାଇଥିଲା।
ସ୍ଥାନୀୟ ଲୋକେ ଉଭୟ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଆଇଆଇସି ନିର୍ମଳ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। କୋମାଖାନ ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବା ପାଇଁ ଛାନ୍ଭିନ ଚଳାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f-1.jpg)