ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ଛୋଟରାୟପୁର ଗ୍ରାମ ନିକଟରେ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ହରିଚନ୍ଦନପୁର ବ୍ଲକ୍‌ ମନୋହରପୁର ପଞ୍ଚାୟତ ଆଖୁପାଳ ଗ୍ରାମର ବିନୋଦ ବିହାରୀ ସାହୁ (୪୨), ସଞ୍ଜୟ କୁମାର ଗିରି ଓ ଅର୍ତ୍ତତ୍ରାଣ ନାଏକ ଗତକାଲି ରାତିରେ ଛୋଟରାୟପୁରରୁ ଫୁଟ୍‌ବଲ୍‌ ଖେଳ ଦେଖି ଘରକୁ ଫେରୁଥିବା ବେଳେ ତାଙ୍କୁ ଏକ ଗାଡ଼ି ଧକ୍କା ଦେଇଥିଲା।

ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହରିଚନ୍ଦନପୁର ଡାକ୍ତରଖାନା ଅଣାଯାଇଥିଲା। ବିନୋଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସଞ୍ଜୟ ଓ ଆର୍ତ୍ତତ୍ରାଣ ଆହତ ହୋଇଛନ୍ତି। ଘଟଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର