ବିଷମ କଟକ: ଅଜଣା ଗାଡି ଧକ୍କା ରେ ବାଇକ ଚାଳକ ଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବା ପାଇଁ ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ଥାନା ଚାଞ୍ଚଡାଗୁଡ଼ା ଗ୍ରାମ ନିକଟରେ ଥିବା ରାଜ୍ୟ ରାଜପଥରେ। ବାଇକ୍ ଚାଳକ ଓଡ଼ି-୧୮-ଡି-୪୭୬୬ ନମ୍ବର ବାଇକ ଯୋଗେ ମୁନିଗୁଡା ଅଭିମୁଖେ ଯାଉଥିବା ସମୟରେ ସୋମବାର ରାତି ୯ଟାରେ କୌଣସି ଏକ ଗାଡି ଧକ୍କା ଦେଇଥିଲା।

Advertisment

ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏହା ଜଣାପଡିବା ପରେ ସ୍ଥାନୀୟ ଲୋକେ ବିଷମ କଟକ ପୋଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବା ସହ ଏହାର ତଦନ୍ତ ଚଳାଇଛି। ମୃତ ବ୍ୟକ୍ତି ଜଣକର ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବାବେଳେ ତାଙ୍କୁ କେଉଁ ଗାଡି ଧକ୍କା ଦେଇଛି ତାହାର ଖୋଳତାଡ କରୁଛି ‌ପୁଲିସ।