ବାଇକ୍‌ ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ

ହାଟଡ଼ିହି: ଆନନ୍ଦପୁର-ଭଦ୍ରକ ରାସ୍ତାର ଚୋରଗଡିଆ ଛକ ନିକଟରେ ବାଇକ ଧକ୍କାରେ ଜଣେ ବ୍ୟବସାୟୀଙ୍କ ଜୀବନ ଯାଇଛି । ସୁଚନାରୁ ଜଣାଯାଇଛି ଘୋଷରାପଦା ଗ୍ରାମର ପ୍ରହଲାଦ ମହାନ୍ତ ନାମକ ଜଣେ ବ୍ୟକ୍ତି ଦୀର୍ଘ ବର୍ଷହେବ ଛେନାପଦି ଛକରେ ରେଡିଓ ଏବଂ ଟିଭି ମରାମତି ଦୋକାନ କରିଛନ୍ତି। ପ୍ରତିଦିନ ଭଳି ଗତକାଲି ସନ୍ଧ୍ୟା ସାଢ଼େ ସାତଟାବେଳେ ଦୋକାନ ବନ୍ଦ କରି ସାଇକଲରେ ଘରକୁ ଫେରୁଥିବା ବେଳେ ଚୋରଗଡିଆ ଛକ ନିକଟରେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଥିଲେ।

ମାତ୍ର ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ମାତ୍ର କଟକ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଜଣେ ଧର୍ମପ୍ରାଣା, ପରୋପକାରୀ ଶାନ୍ତ ସ୍ୱଭାବର ବ୍ୟକ୍ତି ଥିଲେ। ତାଙ୍କ ମରଶରୀର କଟକରୁ ଆସି ଘୋଷରାପଦା ଗ୍ରାମରେ ପହଞ୍ଚିବାପରେ ଛେନାପଦିଛକର ବହୁ ବ୍ୟବସାୟୀ, ଚୋରଗଡିଆ, ଶାସଙ୍ଗ, ଛେନାପଦି, ଗୋପାଳପୁର, ଭାତକରୁଆ ପ୍ରଭୃତି ଗ୍ରାମର ଶତାଧିକ ଲୋକ ତାଙ୍କ ବସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶେଷ ଦର୍ଶନ କରିଥିଲେ। ପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ସମ୍ବନ୍ଧିତ ଖବର