କୋକସରା: କୋକସରା ବ୍ଲକ୍ ଡଙ୍ଗରିଗୁଡ଼ା ଛକ ନିକଟରେ ଶନିବାର ସଂଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ମୃତକ କାଶିବାହାଲ ପୁଝାରିପଡ଼ାର କାର୍ତ୍ତିକ ପଟେଲ (୬୫)ଙ୍କ ବୋଲି ଜଣାପଡ଼ିଛି। ସୂଚନାନୁସାରେ କାର୍ତ୍ତିକ ପଟେଲ (୬୫) ଏକ ବାଇକ୍ରେ କୌଣସି କାମରେ ନିଜ ଗାଁକୁ ଫେରୁଥିବା ବେଳେ ଡଙ୍ଗରିଗୁଡ଼ା ଛକ ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର୍ ହୋଇଯାଇଥିଲା। ସେହି ରାସ୍ତା ଦେଇ ଯାଉଥିବା ମୋଟେର ସରପଞ୍ଚଙ୍କ ପ୍ରତିନିଧି ବିଜୁ ନାଏକ ଗୁରୁତର ଅବସ୍ଥାରେ କାର୍ତ୍ତିକଙ୍କ ଉଦ୍ଧାର କରି କୋକସରା ହସ୍ପିଟାଲ୍କୁ ଆଣି ଭର୍ତ୍ତି କରିଥିଲେ।
ଅବସ୍ଥା ଗୁରୁତର ଥିବାରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ରାୟପୁରକୁ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। କୋକସରା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। କାର୍ତ୍ତିକଙ୍କ ଜ୍ବାଇଁ ମୋହନ ପଟେଲ ଅଭିଯୋଗ ପରେ କୋକସରା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଏସ୍ଆଇ ଗୋପବନ୍ଧୁ ନାଏକ ସୂଚନା ଦେଇଛନ୍ତି।