ଅଜଣା ଗାଡ଼ି ଧକ୍କାରେ ସମିତି ସଭ୍ୟା ଓ ସ୍ବାମୀ ଆହତ

ଗାଡି ଧକ୍କାରେ ବାଇକ୍ ଚାଳକ ମୃତ୍ୟୁ

ଦାନଗଦୀ: ଦାନଗଦୀ ବ୍ଲକ୍‌ ମାନତୀରା ପଞ୍ଚାୟତର ସମିତିସଭ୍ୟା ଜୟନ୍ତୀ ମଲିକ ଓ ତାଙ୍କ ସ୍ବାମୀ ରମେଶ ମଲିକ ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ରାତି ୮ ଟାରେ ଜୟନ୍ତୀ ଓ ରମେଶ ବାଇକ୍‌ରେ ଯାଜପୁରରୋଡ ଯାଉଥିବା ବେଳେ ସାତବାଇଁସିଆ ଛକ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ସ୍ବାମୀସ୍ତ୍ରୀ ବାଇକ୍‌ରୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଦାନଗଦୀ ଡାକ୍ତରଖାନାକୁ ନେଇଥିଲେ।

ଜୟନ୍ତୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ମନ୍ତ୍ରୀ ଇ. ପ୍ରୀତିରଞ୍ଜନ ଘଡ଼ାଇ ଦାନଗଦୀ ଡାକ୍ତରଖାନାରେ ପହଞ୍ଚି ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe