ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଚାନ୍ଦପୁର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି‌। ସେ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଶ୍ରୀକ୍ଷେତ୍ର ନୂଆପଡ଼ା ଅଞ୍ଚଳର ଅଜୟ ବିଶ୍ଵାଳ(୫୨)। ସେ ଧନପୁରସ୍ଥିତ କୃପାଳୁ ରାଇସ ମିଲରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଅଜୟ ରାଇସ ମିଲରୁ କାମ ସାରି ଏକ ସାଇକଲ ଯୋଗେ ପାଣିକୋଇଲି ଅଭିମୁଖେ ଯାଉଥିଲେ। ସମୟରେ ଚାନ୍ଦପୁର ଛକ ନିକଟରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ହେଲ୍ପିଙ୍ଗ୍ ଗ୍ରୁପ ର ସଦସ୍ୟମାନେ ପହଞ୍ଚି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଯାଜପୁର ରୋଡ୍‌ ଡାକ୍ତରଖାନା ପଠାଇଥିଲେ। ଦାନଗଦିରେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ପାଣିକୋଇଲି ଥାନାରେ କୃପାଳୁ ରାଇସ ମିଲର ଶ୍ରମିକ ଠିକାଦାର କରୁଣାକର ସାହୁ ଅଭିଯୋଗ କରିବାପରେ କେସ ନମ୍ବର ୭୩/୨୩ରୁଜୁ କରାଯାଇଥିବା ତଦନ୍ତ ଅଧିକାରୀ ଏଏସ୍‌ଆଇ ଉଦୟ ନାଥ ସୋରେନ ସୂଚନା ଦେଇଛନ୍ତି।