ଜୟପୁର: ଜୟପୁର ସଦର ଥାନା ପକ୍ଷରୁ ଆଜି ଆମ୍ବାଗୁଡା ଠାରେ ଶୁନ୍ୟସହିଷ୍ଣୁତା ମୋଟରଯାନ ଆଇନରେ ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଯାଂଚ କରାଯାଇଥିଲା। ଦୁଇ ଓ ଚାରିଚକିଆ ଯାନବାହନର କାଗଜପତ୍ର, ହେଲମେଟ୍ ଓ ସିଟ୍ ବେଲଟ୍ ଆଦି ଯାଂଚ କରାଯାଇଥିଲା। ଏଥିରେ ୮୨ଜଣଙ୍କ ଠାରୁ ୧ଲକ୍ଷ ୪୩ହଜାର ୫୦୦ଟଙ୍କାର ଜରିମାନା ଆଦାୟ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ସହ ହେଲମେଟ୍ ପିନ୍ଧିନଥିବା ଏବଂ ସିଟ୍ ବେଲଟ୍ ବାନ୍ଧିନଥିବା ୨୯ଜଣଙ୍କର ଡ୍ରାଇଭିଂ ଲାଇସେନସ୍ (ଚାଳକ ଲାଇସେନସ୍ ) ବାତିଲ୍ କରାଯାଇଥିବା କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ଏହି ଯାଂଚରେ ସଦରଥାନା ଅଧିକାରୀ ଶ୍ରୀ ତାଣ୍ଡି, ସବଇନିସପେକ୍ଟର ନବୀନ ଟପ୍ପୋ, ଏଏସଆଇ ବାସନ୍ତି ନାୟକ ଓ ଟିମ୍ ଉପସ୍ଥିତ ଥିଲେ।