ଯାନବାହାନ ଯାଞ୍ଚ, ୪ ଲକ୍ଷ ୪୪ ହଜାର ଜରିମାନା

ଟ୍ରାଫିକ ସବ୍‌ଇନ୍ସପେକ୍ଟର ୫ବର୍ଷରେ ହେବେ ଇନ୍ସପେକ୍ଟର

odishasuntimes.com

ବ୍ରଜରାଜନଗର : ସଡକ ସୁରକ୍ଷା ସପ୍ତାହ ଉପଲକ୍ଷେ ବ୍ରଜରାଜନଗର ଜିଏମ୍‌ ଅଫିସ ଛକରେ ବୁଧବାର ମିଳିତ ଯାନବାହନ ଯାଞ୍ଚ କରାଯାଇଥିଲା। ଏହି ଚେକିଙ୍ଗ ସମ୍ବଲପୁର ଡେପୁଟି କମିସନର ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟ, ଝାରସୁଗୁଡା ଆର୍‌ଟିଓ ଓ ଟ୍ରାଫିକ ବିଭାଗ ପକ୍ଷରୁ ମିଳିତ ଭାବେ କରାଯାଇଥିଲା। ଏଥିରେ ଗାଡିର ଫିଟ୍‌ନେସ, ଡବଲ ହେଲ୍‌ମେଟ୍‌, ଗାଡ଼ିର କାଗଜପତ୍ର, ଚାଳକର ଆଲ୍‌କୋହୋଲିକ୍‌ ବ୍ରେଥ୍‌ଟେଷ୍ଟ ଆଦି କରାଯାଇଥିଲା। ଏଥିରେ ସମୁଦାୟ ୯୭ ମାମଲାରୁ ୪ ଲକ୍ଷ ୪୪ ହଜାର ଫାଇନ କାଟିବା ସହିତ ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗରେ ୨ଟି ପିକ୍‌ଅପ ଭ୍ୟାନ ଜବତ କରାଯାଇଥିଲା। ସେଥିରୁ ୬୧ ହଜାର ଟଙ୍କା ଜରିମାନା ଘଟଣା ସ୍ଥଳରୁ ଆଦାୟ ହୋଇଥିବା ବେଳେ ଅବଶିଷ୍ଟ ଜରିମାନା ବିଭଗୀୟ କାର୍ଯ୍ୟାଳୟରେ ଜମା କରିବାକୁ ନିର୍ଦେଶ ଦିଆଯାଇଛି।

ତେବେ ଆଜିର ଏହି ଗାଡ଼ି ଚେକିଙ୍ଗକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବ୍ରଜରାଜନଗର ଭଳି ଏକ ଛୋଟିଆ ସହରରେ ହସ୍ପିଟାଲକୁ ଯାଉଥିବା ଲୋକଙ୍କଠାରୁ ଫାଇନ ଆଦାୟକୁ ନେଇ ଅଞ୍ଚଳବାସୀ ନକରାତ୍ମକ ପ୍ରତିକ୍ରିୟା ରଖିଛନ୍ତି। ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚ କରିବାକୁ ଲୋକେ ମତ ଦେବା ସହ ସହର ଭିତରେ ଡବଲ ହେଲମେଟ୍‌ ଚେକିଙ୍ଗ୍‌କୁ ବନ୍ଦ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe