ଘୁ.ଉଦୟଗିରି(ସମୀର କୁମାର ପାଢ଼ୀ): ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାବାସୀଙ୍କ ଦୈନନ୍ଦିନ ଜୀବନର ଗମନାଗମନର ଲାଇଫଲାଇନ କଳିଙ୍ଗା ଘାଟିରେ ପ୍ରାକୃତିକ ବିପର୍ଯ୍ୟୟର ୯ଦିନ ପରେ ଗାଡ଼ି ଚାଲିଛି। ନିର୍ମାଣାଧୀନ କାର୍ଯ୍ୟରେ ନିୟୋଜିତ କମ୍ପାନିର ଗାଡ଼ି ପ୍ରଥମେ ପରୀକ୍ଷାମୂଳକ ଭାବେ ଚାଲିଛି। ନିର୍ମାଣ କାମ ପୂରା ହେଲା ପରେ ଅନ୍ୟଗାଡ଼ିଗୁଡ଼ିକ ଚାଲିବ ବୋଲି ଜାତୀୟ ରାଜପଥ ପ୍ରାଧୀକରଣ ପକ୍ଷରୁ ସୂଚନା ଦିଆଯାଇଛି।
କଳିଙ୍ଗା ଘାଟିରେ ଗତ ୧୬ତାରିଖ ଦିନ ଅପରାହ୍ଣରେ ବାଦଲ ଫଟା ବର୍ଷା ପରେ ବିପର୍ଯ୍ୟୟ ଦେଖାଯାଇଥିଲା। ଭୂସ୍ଖଳନ ଯୋଗୁଁ ଛୋଟ ଝରଣାରେ ପ୍ରବଳ ପାଣି ଆସି ପାହାଡ଼ ଉପରୁ ବଡ଼ବଡ଼ ପଥର ମାଟି ଅତଡ଼ା ଖସିଥିଲା। ୩୯ଫୁଟ ରାସ୍ତା ସମ୍ପୂର୍ଣ୍ଣ ଧୋଇ ଯିବା ଫଳରେ ଗଞ୍ଜାମ ସହିତ କନ୍ଧମାଳ ଓ ପଶ୍ଚିମ ଓଡିଶାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା। ଏହି ରାସ୍ତା ଉପରେ ନିର୍ଭରଶୀଳ ସମସ୍ତ ଜିଲ୍ଲାର ଲୋକ ୧୦ଦିନ ହେଲା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ସପ୍ତାହେ ଭିତରେ କାମଚଳା ରାସ୍ତା ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ପୁଣି ଥରେ ୨୨ତାରିଖ ବାଦଲଫଟା ବର୍ଷା ଫଳରେ ଭୁସ୍ଖଳନ ଘଟି ପାହାଡ଼ ଶିଖରରୁ ବଡ଼ବଡ଼ ପଥର ମାଟି ଖସିଥିଲା। ପ୍ରବଳ ପାଣି ବହିବାରେ ଲାଗିବା ଫଳରେ କାର୍ଯ୍ୟ ଧିମେଇ ବା ସହ କାର୍ଯ୍ୟସ୍ଥଳ ଉପର ଭାଗରେ ବଡ଼ବଡ଼ ପଥର ଅଧା ରାସ୍ତାରେ ଅଟକି ରହିଥିଲା।
କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ପାଣିପାଗ ବିଭାଗର ପୂର୍ବାନୁମାନଙ୍କୁ ଭିତ୍ତିକରି ଚଳିତ ମାସ ୩୦ତାରିଖ ପର୍ଯ୍ୟନ୍ତ କଳିଙ୍ଗା ଘାଟି ରାସ୍ତାରେ କୌଣସି ଯାନବାହନ ଯାତାୟତ କରିବନି ବୋଲି କହିଥିଲେ। ଏହି କାର୍ଯ୍ୟରେ ଅଭିନଜ୍ଞତା ଥିବା ଦୁଇଟି ସ୍ୱତନ୍ତ୍ର ଦଳ ଭଞ୍ଜନଗର ଏବଂ ସୋନପୁରରୁ ଆସି ଘାଟିରେ ବର୍ତମାନ ଝୁଲି ରହିଥିବା ପଥର ଦେଖିଛନ୍ତି। କିଭଳି ଏହାକୁ ହଟାଯିବ ତା ଉପରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବା ସହ ପଥର ହଟେଇବା ବ୍ୟବସ୍ଥା କରାଗଲେ ରାସ୍ତାରେ ଗାଡ଼ି ମଟର ଚାଲିବା ସ୍ୱାଭାବିକ ହୋଇପାରିବା ନେଇ ଆଶା କରାଯାଇଛି।
ଘାଟିରେ ଯୁଦ୍ଧକାଳୀନ ଭିତ୍ତିରେ ପାଗ ସାଥ ଦେବା ଯୋଗୁଁ ଜୋରସୋରରେ ଚାଲିଛି। ଦିବା ରାତ୍ର କାର୍ଯ୍ୟ କରୁଛନ୍ତି ସମସ୍ତ ନିୟୋଜିତ ଶ୍ରମିକ କର୍ମଚାରୀ। ଦୁଇ ଦିନ ହେଲା ପାଗ ଶୁଖିଲା ରହିଛି। ପାହାଡ଼ ଉପରୁ ଆସୁଥିବା ପାଣିକୁ ନୂତନ ଭାବେ ନିର୍ମାଣ ହେଇଥିବା ରାସ୍ତା ତଳେ ପାଇପ ବିଛେଇ ଘାଟିର ଅପର ପାର୍ଶ୍ଵ ଗର୍ତ କୁ ଛଡ଼ାଯାଉଛି। ରାସ୍ତା ଉପରେ ପଥର ପକାଯାଇ ମାଟି ବାଲି ପକେଇ ସମତଳ କରାଯିବା ସହ ଏହି ରାସ୍ତାରେ କାର୍ଯ୍ୟ କରୁଥିବା ଠିକା କମ୍ପାନିର ହାଇୱା, ଜେସିବି, ପ୍ରୋକଲେନ ମେସିନ ପରୀକ୍ଷଣ ଭାବେ ଚଳାଚଳ କରିଥିବା ଦେଖିବାକୁ ମିଳିଛି।
/filters:format(webp)/sambad/media/media_files/2025/09/25/img_20250925_142920-2025-09-25-16-51-28.jpg)
ଘାଟିର ଅନ୍ୟ ପାର୍ଶ୍ଵରେ ଥିବା ଖାଲ ସ୍ଥାନରେ ହଜାର ହଜାର ବାଲି ବସ୍ତା ପେକିଙ୍ଗ ଦିଆଯାଉଛି। ଛୋଟ ଝରଣା ଭୁସ୍ଖଳନ ଫଳରେ ଏବେ ଏକ ଜଳପ୍ରପାତ ଭଳି ଦୃଶ୍ୟ ଦେଖୁବାକୁ ମିଳିଛି। ଯେଉଁ ମାତ୍ରାରେ କାର୍ଯ୍ୟ ଚାଲିଛି ଖୁବ କମ ଦିନ ଭିତରେ କଳିଙ୍ଗା ଘାଟିରେ ପୁଣି ଯାନବାହନ ସ୍ୱାଭାବିକ ଭାବେ ଚକାଚଳ କରିବା ନେଇ ସମସ୍ତେ ଆଶା ବାନ୍ଧିଥିବା ବେଳେ ଆଉ ଦୁଇ ଦୁଇଟି ଲଘୁଚାପ ବର୍ଷା ଏହି କାର୍ଯ୍ୟରେ ବାଧକ ନ ସାଜୁ।ଜିଲ୍ଲାପାଳ କହିଥିବା ୩୦ତାରିଖ ପୂର୍ବରୁ ବି ଏହି ରାସ୍ତାରେ ଯାନବାହନ ଚଳାଚଳ କରିବା ନେଇ ଆଶା ବ୍ୟକ୍ତ କରିଛନ୍ତି କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ।
Kalinga ghati | Kandhamal | landslides
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/25/new-project-15-2025-09-25-17-21-00.jpg)