କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ବୁଢ଼ୀପଦର ଗ୍ରାମରୁ ମଦନପୁର ନିକଟ କୁଢେଲକୁନା ଗାଁକୁ ଏକ ପିକ୍ଅପ୍ ଭ୍ୟାନରେ ବରଯାତ୍ରୀ ଦଳ ଯାଉଥିବା ବେଳେ ଗଜବାହାଲ ଛକରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ସେଥିମଧ୍ୟରେ ୧୧ ଜଣ ମହିଳା ଓ ଅନ୍ୟ ଶିଶୁମାନେ ରହିଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ କର୍ଲାମୁଣ୍ଡା ସିଏଚ୍ସିକୁ ନିଆଯାଇଥିଲା। ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ପୌରକେଲା ସରପଞ୍ଚ ଯଶୋସ୍ୱିନୀ ଧରୁଆ, ପୂର୍ବ ସମିତି ସଭ୍ୟ ସୀମାଞ୍ଚଳ ଭୋଇ ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପରେ ଗୁରୁତରଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/14-26.jpg)