ବାଉଁଶୁଣି : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ହରିପୁର ନିକଟରେ ଏକ କାର୍‌ରୁ ଗଞ୍ଜେଇ ଜବତ ହୋଇଛି। ଶନିବାର ଏକ କାର (ଓଆର୍‌-୧୫-ଆର୍‌-୩୧୨୦)ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ବାଉଁଶୁଣି ପୁଲିସ ହରିପୁର ନିକଟରେ ଚଢ଼ଉ କରି ଉକ୍ତ କାରକୁ ଧରିଥିଲା। ତେବେ ଡ୍ରାଇଭର ଫେରାର ହୋଇଯାଇଥିଲା। କାର୍‌କୁ ଜବତ କରି ଥାନାକୁ ଅଣାଯିବା ପରେ ସେଥିରେ ଥିବା ଗଞ୍ଜେଇକୁ ମାଜିଷ୍ଟ୍ରେଟ ସତ୍ୟଜିତ ମହାପାତ୍ରଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ଗଞ୍ଜେଇର ପରିମାଣ ୨୩ କେଜି ୩୫୦ ଗ୍ରାମ ବୋଲି ଜଣାପଡ଼ିଛି। ଗାଡ଼ିର ନମ୍ବର ମଧ୍ୟ ଜାଲ ବୋଲି ପୁଲିସ କହିଛି। ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ କହିଛନ୍ତି। ଡ୍ରାଇଭର ଫେରାର ହୋଇଯାଇଥିବା ଘଟଣାକୁ ନେଇ ସାଧାରଣରେ ନାନା ଚର୍ଚ୍ଚା ହେଉଛି।

Advertisment