କାଠଗାଡ଼ି ଜବତ, ଜଣେ ଗିରଫ

ଯାଜପୁର : ରବିବାର ସନ୍ଧ୍ୟାରେ ଯାଜପୁରରୋଡ ଥାନା ନିକଟରେ ଏକ କାଠଗାଡ଼ିକୁ ବନବିଭାଗ ଜବତ କରିଛି। ଏହି ଗାଡ଼ିରୁ ୨୦ ସିଫ୍ଟ ଶାଳ କାଠ ଜବତ ହୋଇଥିବା ବେଳେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଓଡି-୦୯ଆର-୭୭୨୭ ନମ୍ବର ବିଶିଷ୍ଟ ଏକ ଟାଟା ଏସିରେ ଶାଳକାଠ ବୋଝେଇ ହୋଇ କେନ୍ଦୁଝର ଜିଲ୍ଲା କେଶଦୁରାପାଳରୁ ଯାଜପୁରରୋଡକୁ ଆସୁଥିଲା। କୌଣସି ସୂତ୍ରରୁ ଖବର ପାଇ ଯାଜପୁରରୋଡ ଅତିରିକ୍ତ ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର ଯାଜପୁରରୋଡ ଥାନା ନିକଟରେ ଗାଡ଼ିକୁ ଅଟକାଇଥିଲେ। ଗାଡ଼ିରେ ବୋଝେଇ ହୋଇଥିବା କାଠର କୌଣସି କାଗଜପତ୍ର ନଥିବାରୁ ଗାଡ଼ିକୁ ଜବତ କରାଯିବା ସହ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମର ଗାଡ଼ି ମାଲିକ ତଥା ଚାଳକ ଦେବକାନ୍ତ ସେଠୀକୁ ଗିରଫ କରାଯାଇଥିଲା। ଚଢ଼ଉରେ ବନ କର୍ମଚାରୀ ସତ୍ୟାନନ୍ଦ ପାଲ, ଦୁର୍ଯ୍ୟୋଧନ ବେଜ, ପରେଶ ଚନ୍ଦ୍ର ଦାସ ଓ ତ୍ରିଲୋଚନ ଦାସ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର