ମୂଲ୍ୟବାନ କାଠ ବୋଝେଇ ଗାଡ଼ି ଜବତ

ପାଟଣାଗଡ଼ : ପାଟଣାଗଡ଼ ବ୍ଲକ୍‌ ସିଆଲବନ୍ଧ ଗାଁ ନିକଟରୁ ବନ ବିଭାଗ ଏକ ମୂଲ୍ୟବାନ କାଠବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିଛି।

ପ୍ରକାଶ ଯେ ପାଟଣାଗଡ଼ ବନ ବିଭାଗ ପକ୍ଷରୁ ରବିବାର ରାତିରେ ପେଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ସିଆଲବନ୍ଧ ଗାଁ ନିକଟରେ ପିକ୍‌ଅପ୍ ଭ୍ୟାନ୍‌ (ଓଆର୍‌ ୦୩ ଡି ୪୧୮୬)ରେ କାଠ ଚୋରା ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ। ବନ କର୍ମଚାରୀଙ୍କୁ ଦେଖି କାଠ ମାଫିଆମାନେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ଉକ୍ତ କାଠ ବୋଝେଇ ଗାଡ଼ିକୁ ପାଟଣାଗଡ଼ ବନ ବିଭାଗ ଅଫିସକୁ ଅଣାଯାଇଥିଲା। ଗାଡ଼ିରେ ଖଇର କାଠ ବୋଝେଇ ହୋଇ କିରିବାଞ୍ଜି ରିଜର୍ଭ ଫରେଷ୍ଟ ପଟରୁ ପାଟଣାଗଡ଼ ପଟକୁ ଆସୁଥିଲା। ଏଥିରେ ପ୍ରାୟ ୪୦ କ୍ବିଣ୍ଟାଲରୁ ଅଧିକ ଖଇର କାଠ ଗଣ୍ଡି ରହିଥିଲା। ‌ଏହାର ଆନୁମାନିକ ମୂଲ୍ୟ ଦେଢ଼ରୁ ୨ ଲକ୍ଷ ଟଙ୍କା ହେବ ବୋଲି ରେଞ୍ଜର ରାଜକିଶୋର ଭୋଇ ପ୍ରକାଶ କରିଛନ୍ତି। ଏହି ଚଢ଼ଉର ରେଞ୍ଜର ଶ୍ରୀ ଭୋଇଙ୍କ ନେତୃତ୍ବରେ ପାଢେଲ ଫରେଷ୍ଟର ଅରବିନ୍ଦ ଧରୁଆଙ୍କ ସମେତ ବନ କର୍ମଚାରୀମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର