ଭୁବନେଶ୍ୱରରେ ପହଞ୍ଚିଲେ ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଭୁବନେଶ୍ୱର: ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡୁ ୨ ଦିନିଆ ଗସ୍ତରେ ଭୁବନେଶ୍ୱର ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭେଙ୍କିୟା ନାଇଡୁ ଦିଲ୍ଲୀରୁ ବାହାରି ଶୁକ୍ରବାର ସନ୍ଧ୍ୟାରେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ଭେଙ୍କିୟା ନାଇଡୁ ପହଞ୍ଚିବା ରାଜ୍ୟପାଳ ଏସ୍‌ସି ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଛନ୍ତି। ବିମାନବନ୍ଦରରୁ ସେ ସିଧାସଳଖ ରାଜଭବନ ଯିବେ। କିଟ୍‌ ବିଶ୍ୱବିଦ୍ୟାଳୟରେ ଶନିବାର ହେବାକୁ ଥିବା ୧୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଉପ-ରାଷ୍ଟ୍ରପତି ହେବା ପରେ ଭେଙ୍କିୟା ନାଇଡୁଙ୍କ ଏହା ହେଉଛି ପ୍ରଥମ ଗସ୍ତ।

ସମ୍ବନ୍ଧିତ ଖବର