ବୁର୍ଲାରେ ଭେଣ୍ଟିଲେଟର୍‌ କବ୍‌ଜା କରି ରଖିଛନ୍ତି ପ୍ରଫେସର୍‌

ସମ୍ବଲପୁର : ଭିମସାର୍‌ର ଜଣେ ପ୍ରଫେସର୍‌ ତଥା ବିଭାଗୀୟ ମୁଖ୍ୟ କରୋନା ଆକ୍ରାନ୍ତ ହୋଇ ଭିମସାର୍‌ କୋଭିଡ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସାମାନ୍ୟ ରହିଛି। ସେ ଗୋଟିଏ ସାଧାରଣ ଶଯ୍ୟାରେ ଥିଲେ ବି ଗୋଟିଏ ଭେଣ୍ଟିଲେଟର୍‌ କବ୍‌ଜା କରି ରଖିଛନ୍ତି। ଉକ୍ତ ଭେଣ୍ଟିଲେଟର୍‌କୁ ଅନ୍ୟ କାହାକୁ ବ୍ୟବହାର କରିବାକୁ ଦେଉ ନାହାନ୍ତି। ଭେଣ୍ଟିଲେଟର୍‌ ନପାଇ ବହୁ ରୋଗୀ ମୃତ୍ୟୁବରଣ କରୁଥିବାବେଳେ ଉକ୍ତ ପ୍ରଫେସର୍‌ଙ୍କ ଏଭଳି ଆଚରଣ ଦାୟିତ୍ବରେ ଥିବା ଡାକ୍ତର ମାନଙ୍କୁ ବି ଅତିଷ୍ଟ କରିଛି। କେବଳ ସେତିକି ନୁହେଁ, ସେ ପ୍ରତି ୨ ଘଣ୍ଟାରେ ନର୍ସ ମାନଙ୍କୁ ଡାକି ନିଜ ତାପମାତ୍ରା, ଅକ୍ସିଜେନ୍‌ସ୍ତର, ରକ୍ତଚାପ ଆଦି ପରୀକ୍ଷା କରିବାକୁ ବାଧ୍ୟ କରୁଛନ୍ତି। ନିଜ ବରିଷ୍ଠତାର ପ୍ରଭାବ ସହ ଉପର ମହଲରେ ତାଙ୍କ ଚିହ୍ନା ପରିଚୟର ଭୟ ଦେଖାଇ ସେ ଅନ୍ୟ ରୋଗୀଙ୍କ ସହ ଅବିଚାର କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ବାଧ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର