ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଭେଣ୍ଟିଲେଟର୍ ଓ ଆଇସିୟୁ ମନିଟର୍ ଗୋଦାମରୁ ଚୋରି ଘଟଣାରେ ଫେରାର୍ ୨ଡାକ୍ତରଙ୍କ ସମେତ ମୁଖ୍ୟ କାର୍ପଟଦାରକୁ ପୁଲିସ୍ ଖୋଜୁଛି। ଏପରିକି ଅଭିଯୁକ୍ତମାନେ ଗିରଫଦାରୀ ଭୟରେ ରାଜ୍ୟ ଛାଡ଼ି ଫେରାର୍ ହୋଇଯାଇଥିବା ଜଣେ ବରିଷ୍ଠ ପୁଲିସ କର୍ମଚାରୀ ସୂଚନା ଦେଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସରକାରୀ ଚିକିତ୍ସା ଯନ୍ତ୍ରାଂଶ ଚୋରି କରିବା ପାଇଁ ଘରୋଇ ହସ୍ପିଟାଲର ମାଲିକମାନେ ଯୋଜନା କରିଥିଲେ। ତେବେ ଏହି ଘଟଣାରେ ଗୋଟିଏ କି ୨ଟି ହସ୍ପିଟାଲ ନୁହେଁ, ପ୍ରାୟ ୪ଟି ଘରୋଇ ହସ୍ପିଟାଲ୍ ମାଲିକ ମିଳିତ ଭାବେ ପ୍ଲାନିଂ କରିଥିଲେ। ତେଣୁ ଯେଉଁ ହସ୍ପିଟାଲଗୁଡ଼ିକରେ ଚୋରି ସାମଗ୍ରୀ ଲାଗିଛି, ପୁଲିସ ସେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଆସନ୍ତା ୨ରୁ ୩ଦିନ ମଧ୍ୟରେ ପ୍ରାୟ ୧୦ରୁ ଅଧିକ ମେଡିକାଲ୍ରେ କାର୍ଯ୍ୟରତ କର୍ମଚାରୀଙ୍କୁ ଥାନାରେ ପଚରାଉଚରା କରୁଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅନେକେ ଚୋରି ଡିଲ୍ ସଂପର୍କରେ ଜାଣି ନଥିବା କହୁଥିବା ବେଳେ ଆଉ କିଛି ଭୟରେ ହସ୍ପିଟାଲରୁ ଚାକିରି ଛାଡ଼ି ଦେଇଥିବା ଜଣାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp