ଭୁବନେଶ୍ୱର: କରୋନାଭାଇରସ ବା କୋଭିଡ୍-୧୯ ମହାମାରୀର ମୁକାବିଲା ଲାଗି ରାଜ୍ୟ ସରକାର ଭର୍ଚୁଆଲ ଆଇସିୟକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ଖୁବ ଶୀଘ୍ର ଭର୍ଚୁଆଲ ଆଇସିୟୁ ସେବା ଆରମ୍ଭ ହେବ । ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ପୌର କମିସନରମାନଙ୍କୁ ପତ୍ର ଲେଖିଛନ୍ତି । ଏହି ପ୍ରତରେ ସେ ଉଲ୍ଲେଖ କରିଛନ୍ତି ଯେ, ଗୁରୁତର କୋଭିଡ ରୋଗୀଙ୍କୁ ଜିଲ୍ଲାସ୍ତରୀୟ ହସ୍ପିଟାଲରେ ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଉ । ଅତ୍ୟାବଶ୍ୟକ ନ ହେଲେ କୋଭିଡ ରୋଗୀଙ୍କୁ ଭୁବନେଶ୍ୱର କିମ୍ବା କଟକ ପଠା ନଯାଉ ।
/sambad/media/post_attachments/wp-content/uploads/2020/09/03ed2f0d-ae7a-45eb-9cf6-9077403a774a-679x1024.jpg)
ରାଜ୍ୟ ସରକାର କୋଭିଡ ଚିକିତ୍ସାକୁ ଆହୁରି ସହଜ କରିବାକୁ ଚିନ୍ତା କରିଛନ୍ତି । ସେଥି ଲାଗି ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ସହଜରେ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁତର କୋଭିଡ ରୋଗୀଙ୍କୁ ଜିଲ୍ଲାରେ ଥିବା ଆଇସିୟୁ ଅଥବା ଏଚଡିୟୁରେ ଚିକିତ୍ସା କରାଯାଇପାରିବ । ଏଥି ଲାଗି ତୃଣମୂଳ ସ୍ତରରେ ତାଲିମ ବ୍ୟବସ୍ଥାକୁ ମଜବୁତ କରିବାକୁ ପଡ଼ିବ । ତାଲିମ ବ୍ୟବସ୍ଥା ଶକ୍ତ ହେଲେ, କୋଭିଡ ରୋଗୀଙ୍କୁ ନିଜ ଜିଲ୍ଲା ଛାଡ଼ି ବାହାରକୁ ଯିବାକୁ ପଡ଼ିବ ନାହିଁ ।
/sambad/media/post_attachments/wp-content/uploads/2020/09/5384763c-0b30-467a-b067-de27e86e4fe9-697x1024.jpg)
ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ଯେ, ଜରୁରୀକାଳୀନ ପରିସ୍ଥିତି ଦେଖାଗଲେ ମେଡିକାଲ ଟେକ୍ନିସିଆନଙ୍କ ସହିତ ରୋଗୀଙ୍କୁ ଭୁବନେଶ୍ୱର ଓ କଟକ ପଠାଯାଉ । ସେହିପରି ସୁସ୍ଥ ହୋଇଥିବା ରୋଗୀଙ୍କୁ ଆଇସିୟୁରୁ ସ୍ଥାନାନ୍ତର କରିବା ଲାଗି ପରାମର୍ଶ ଦେଇଛନ୍ତିି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/5af69ef2-1f4d-41a5-bd2b-c99f3460f939.jpg)
