୭ ଦିନ ମଧ୍ୟରେ ଜାହାଜ ସ୍ଥାନାନ୍ତରିତ କରିବାକୁ ମାଲେସୀୟ ମାଲିକଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ପ୍ରଶାସନ

ବ୍ରହ୍ମଗିରି : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଚିଲିକା ରାଜହଂସ ନିକଟରେ ଅଗଷ୍ଟ ୯ ତାରିଖରୁ ଅଟକି ରହିଥିବା ମାଲେସିଆ ପଣ୍ୟବାହୀ ଜାହାଜରୁ ତେଲ କାଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାହାଜ ମାଲିକଙ୍କୁ ନୋଟିସ୍ ଜାରି କରାଯାଇ ସପ୍ତାହକ ମଧ୍ୟରେ ଜାହାଜକୁ ଚିଲିକା ଉପକୂଳରୁ ସ୍ଥାନାନ୍ତରୀତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତକାଲି ବାଲେଶ୍ବରରୁ  ଆସିଥିବା ଏକ ୧୫ ଜଣିଆ ଟିମକୁ ଜାହାଜରୁ ତେଲ କାଢ଼ିବା କାର୍ଯ୍ୟରେ ନିୟୋଜିତ କରାଯାଇଛି। ବୁଧବାର ଭୋର୍‌ରୁ ପ୍ରଥମେ ଜାହାଜ ଓ କଣ୍ଟେନର୍‌ ମଧ୍ୟରେ ପାଇପ୍‌ ଭର୍ତ୍ତି କରାଯାଇଥିଲା। ଏହି ପାଇପ୍‌କୁ ବାଉଁଶ ସାହାଯ୍ୟରେ ବନ୍ଧାଯାଇ ବାଲିପଠା ଉପରେ ରଖାଯାଇଛି। ଗତକାଲି ପାଇପ୍‌ ବିଛା କାମ ଶେଷ ହୋଇଥିବା ବେଳେ ଆଜି ତେଲ କଢ଼ାଯାଇଥିବା ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଜାହାଜରୁ ଘଣ୍ଟାକୁ ୨୫୦ ଲିଟର ତେଲ କଢ଼ା ଯାଇପାରିବ ଏବଂ ସମ୍ପୂର୍ଣ୍ଣ ତେଲ କାଢ଼ିବାକୁ ୩ରୁ ୪ ଦିନ ସମୟ ଲାଗିବ। ତେବେ ପାଇପ୍‌ ବିଛା ସରିଥିଲେ ବି କଣ୍ଟେନର୍‌ ଆସି ନ ଥିବାରୁ ଗତକାଲି ତେଲ ବାହାରି ପାରିନାହିଁ। ଗୁରୁବାର ପାରାଦୀପରୁ ଏକ ଖାଲି କଣ୍ଟେନର୍‌ ଆସି ଏଠାରେ ପହଞ୍ଚିବା ପରେ ତେଲ କଢ଼ା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର