ପୁରୀ: ପୁରୀର ଦୁର୍ଦ୍ଦାନ୍ତ ଅପରାଧୀ ମନୁଆ ଓରଫ ମନୋରଞ୍ଜନ ମହାନ୍ତି (୩୮) ଓ ତାର ଗ୍ୟାଙ୍ଗକୁ ଧରିବାରେ ପୁଲିସ ସଫଳ ହୋଇଛି। ମନୁଆ ନାଁରେ ୧୮ଟି ଅପରାଧିକ ମାମଲା ରହିଛି। ମନୁଆ ବ୍ୟତୀତ ସୌମ୍ୟରଂଜନ ଆଚାର୍ଯ୍ୟ ଓରଫ ରାଜା (୩୨), ମିଲନ୍ ମିଶ୍ର (୩୫), ଦୀପକ ସୁଆର ଓରଫ ଦିପୁନା ,ଦିପୁ ଏବଂ ନିଲୁ ବାରିକ୍ ଓରଫ ନିଲୁଆ (୩୨)। ଏମାନଙ୍କ ଭିତରୁ ମନୋରଞ୍ଜନ ମହାନ୍ତିର ଘର ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ନରସିଂହବଲ୍ଲଭ ପାଟଣାରେ ହୋଇଥିବାବେଳେ ସୌମ୍ୟରଂଜନ ଆଚାର୍ଯ୍ୟର ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ। ଏଣେ ମିଲନ୍ ମିଶ୍ର ଓ ଦୀପକ ସୁଆରର ଘର କୁମ୍ଭାରପଡ଼ାରେ ଏବଂ ନିଲୁ ବାରିକ ପୁରୀ ମାର୍କଣ୍ଡେୟ ସାହିର ବାସିନ୍ଦା ବୋଲି ଜଣାଯାଇଛି।
/sambad/media/post_attachments/wp-content/uploads/2023/04/43f8c166-6f92-4190-8988-d58188906cb2-169x300.jpg)
ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁରୀ ପୁଲିସ ଆଜି ସକାଳେ ହୁଳୁହୁଳିଆ ବ୍ରିଜ ନିକଟରେ ଥିବା ଏକ ପୁରୁଣା ଘର ଉପରେ ଚଢ଼ଉ କରିଥିଲା। ସେମାନେ ପୁରୀରେ ବଡ଼ ଧରଣର ଡକାୟତି ଲାଗି ଯୋଜନା କରୁଥିଲେ। ଘଟଣାସ୍ଥଳରୁ ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୩ଟି ପିସ୍ତଲ, ୧୦ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଏହାଛଡ଼ା ୪ଟି ମୋବାଇଲ୍ ଫୋନ ଓ ୩ଟି ଛୁରି ମଧ୍ୟ ଜବତ ହୋଇଛି। ଗିରଫ ଅପରାଧୀମାନେ ବନ୍ଧୁକ କେଉଁଠାରୁ ଆଣିଲେ, ସେ ନେଇ ତଦନ୍ତ ହେବ। ସେମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। ଏନେଇ ପୁଲିସ ଏସପି ସୂଚନା ଦେଇଛନ୍ତି। ଗତ ୨୯ ଦିନ ଧରି ମନୁଆ ଓ ତାର ଗ୍ୟାଙ୍ଗକୁ ଧରିବା ଲାଗି ପୁରୀ ପୁଲିସ ସ୍କ୍ବାଡ୍ ଓ ତାଳବଣିଆ ପୁଲିସ ମିଳିତ ଭାବେ ଯୋଜନବଦ୍ଧ ଭାବେ ପ୍ରୟାସ ଜାରି ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/c637e7ed-d463-400a-b9af-72222d82a76d.jpg)