ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସଙ୍କ କରୋନାରେ ଦେହାନ୍ତ

ଭୁବନେଶ୍ବର:  କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା। ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସଙ୍କ କରୋନାରେ ଦେହାନ୍ତ ହୋଇଛି । କିଛିଦିନ ହେଲା ସେ କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଉଭୟ ଓଡିଆ ଏବଂ ଇଂରାଜି ସାମ୍ବାଦିକତା ସହ ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ତାଙ୍କ ଅବଦାନ ଅତୁଳନୀୟ । ୧୯୬୫ ମସିହାରେ ଇଂରାଜୀ ପତ୍ରିକା ଇଷ୍ଟର୍ଣ୍ଣ ଟାଇମ୍ସରୁ ଆରମ୍ଭ କରିଥିଲେ ସାମ୍ବାଦିକତା ବୃତ୍ତି।

କଟକରେ ରିପୋର୍ଟର ଭାବେ ଆରମ୍ଭ ହୋଇଥିବା ତାଙ୍କର ସାମ୍ବାଦିକ ଜୀବନରେ ଅନେକ ସଂସ୍ଥା ଓ ଖବରକାଗଜ ସହ ଜଡ଼ିତ ହୋଇଥିଲେ । ୨୦୦୨ରେ ଅନୁସନ୍ଧାନର ସଂପାଦକ ଭାବେ ଦାୟିତ୍ୱ ନିର୍ବାହ କରିବା ପରେ ଗଣମାଧ୍ୟମର ବୃତ୍ତିଗତ ଚାକିରି ଜୀବନରୁ ଅବ୍ୟାହତି ନେଇ ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ସ୍ତମ୍ଭକାର ଭାବରେ ସକ୍ରିୟ ରହିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ‘ଯେ ଦେଶେ ଯାଇ ସେ ଫଳ ଖାଇ’ ସମେତ ୧୬ଟି ପୁସ୍ତକ ରଚନା କରିଛନ୍ତି ବସନ୍ତ ଦାସ । ପଲିଟିକାଲ ହିଷ୍ଟ୍ରି ଅଫ ମଡର୍ଣ୍ଣ ଓଡ଼ିଶା, ତାଙ୍କର ବହୁ ପଠିତ ଓ ବହୁ ଆଦୃତ ପୁସ୍ତକ ।

ସମ୍ବନ୍ଧିତ ଖବର