ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ସହକାରୀ ପ୍ରାଣୀ ଚିକିତ୍ସକ (ଭିଏଏସ୍) ବିଭୁପ୍ରସାଦ ଧଳ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସୂଚନାମତେ, ସିନାପାଲି ବ୍ଲକ୍ ଚାହାରପାଲି ଗ୍ରାମର ପରମାନନ୍ଦ ବଗର୍ତ୍ତୀ ତାଙ୍କ ଗାଡ଼ିକୁ ସିନାପାଲି ପ୍ରାଣୀ ଚିକିତ୍ସାଳୟରେ ନିୟୋଜିତ କରିଥିଲେ। ହେଲେ ସେହି ଗାଡ଼ିର ୨ ମାସର ଟଙ୍କା ମିଳିନଥିବାରୁ ସେହି ୨ ମାସର ଟଙ୍କା କରାଇ ଦେବାକୁ ଶ୍ରୀ ବଗର୍ତ୍ତୀ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ହେଲେ ସହକାରୀ ପ୍ରାଣୀ ଚିକିତ୍ସକ ଶ୍ରୀ ଧଳ ଗାଡ଼ି ବାବଦର ଟଙ୍କା କରାଇ ଦେବାକୁ ଶ୍ରୀ ବଗର୍ତ୍ତୀଙ୍କୁ ଲାଞ୍ଚ ମାଗିଥିଲେ। ଏନେଇ ଶ୍ରୀ ବଗର୍ତ୍ତୀ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏନେଇ ଶନିବାର ରାତି ପାଖାପାଖି ସାଢ଼େ ୮ଟାରେ ପୂର୍ବ ଯୋଜନା ଅନୁସାରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶ୍ରୀ ଧଳଙ୍କୁ କାବୁ କରାଯାଇଛି। ଶ୍ରୀ ଧଳ ପ୍ରାଣୀ ଚିକିତ୍ସାଳୟରୁ ନିଜ ଘରକୁ ଯାଉଥିବା ସମୟରେ ଯୁଗେନଛକ ନିକଟ ଫୋରୱେ ରାସ୍ତାରେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଥିଲା। ନୂଆପଡ଼ା ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟକୁ ତାଙ୍କୁ ନିଆଯାଇଥିବା ଜଣାପଡ଼ିଛି।
୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ପ୍ରାଣୀ ଚିକିତ୍ସକ
/sambad/media/post_attachments/wp-content/uploads/2022/11/5dea473c-8114-43bb-b6ad-821a2a3a8d9b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)