ଭୁବନେଶ୍ବରର କୁଖ୍ୟାତ ଅପରାଧୀ ଚକ୍ରଧର ସାହୁକୁ ତଡ଼ିପାର କଲା କମିସନରେଟ୍‌ ପୁଲିସ୍‌

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର କୁଖ୍ୟାତ ଅପରାଧୀ ଚକ୍ରଧର ସାହୁକୁ କମିସନରେଟ୍‌ ପୁଲିସ ତଡ଼ିପାର କରିଛି। ଚନ୍ଦ୍ରଶେଖରପୁର ଥାନା ଭୋଇସାହିର ଅପରାଧୀ ଚକ୍ରଧରକୁ କମିସନରେଟ୍‌ ପୁଲିସ ପକ୍ଷରୁ ୬ ମାସ ପାଇଁ ତଡ଼ିପାର ନୋଟିସ୍‌ କରାଯାଇଛି। ଏଥି ସହିତ ପୁଲିସ ପକ୍ଷରୁ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ-୨୦୦୩ ଧରା-୪୬(କ)(ଖ) ଏବଂ ଓଡ଼ିଶା ଆକ୍ଟ ୮/୨୦୦୭ ଅନୁସାରେ ଏହି ନିର୍ଦ୍ଦେଶା ଜାରି କରାଯାଇଛି। ଏହି ଆଦେଶ ଇନ୍‌ଫୋସିଟି ଥାନା ଅଞ୍ଚଳ ଓ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ପାଇଁ ବଳବତ୍ତର ରହିବ।

ସୂଚନାଯୋଗ୍ୟ, ଚକ୍ରଧର ଜଣେ ଅଭ୍ୟାସଗତ ଓ ପେଷାଦାର ନିଶା ବେପାରୀ। ତା’ ନାଁରେ ୨୦୧୯ ରୁ ୨୦୨୨ ମସିହା ମଧ୍ୟରେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନାରେ ୩ଟି ନିଶା କାରବାରଜନିତ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧିତ ଖବର