ଘୁ.ଉଦୟଗିରି: କର୍ଣ୍ଣାଟକ ହାମ୍ପି ଠାରେ ହତ୍ୟାର ଶିକାର ହୋଇଥିବା ଓଡ଼ିଶା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତେରେବାଡ଼ି ଗ୍ରାମର ବିଜୟ ନାୟକ ଖ୍ରୀଷ୍ଟ ସମ୍ପ୍ରଦାୟର ମଡରେଟରଙ୍କ ଏକମାତ୍ର ପୁତ୍ର ବିଭାଷ ନାୟକଙ୍କ ଶୋକାକୁଳ ପରିବେଶ ମଧ୍ୟରେ ଗୁଡ୍ରିପୋଡ଼ି ସ୍ଥିତ ମିଶନ କ୍ୟାମ୍ପସ ଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ବିଭାଷ ଜଣେ ଉଚ୍ଚ ଶିକ୍ଷିତ ଯୁବକ ଥିଲେ ସେ ଚେନାଇ ସ୍ଥିତ ମାଡ୍ରାସ୍ ଖ୍ରୀଷ୍ଟିଆନ କଲେଜରେ ବିବିଏ ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଅନୁଷ୍ଠାନରେ ଏମବିଏ ପଢ଼ା ସରିବା ପରେ ଦିଲ୍ଲୀ ସ୍ଥିତ ଏସଟି ଷ୍ଟିଫେନ୍ ହସ୍ପିଟାଲରେ ଚାକିରୀ କରୁଥିଲେ। କିଛିଦିନ ହେବ ସେ ନିଜ ବନ୍ଧୁମାନଙ୍କ ସହ କର୍ଣ୍ଣାଟକ ହାମ୍ପି ପର୍ଯ୍ୟଟନ ସ୍ଥାନକୁ ବୁଲିବାକୁ ଆସିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା।
ରବିବାର ଦିନ ସମୟ ଅପରାହ୍ନ ପ୍ରାୟ ୩.୩୦ରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଘୁ.ଉଦୟଗିରି ଅଣାଯାଇଥିଲା ଏହି ଦୁଃଖଦ ସମୟରେ ଗ୍ରାମବାସୀ, ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ଯ ବାହାରର ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ଇସ୍ରାଏଲ ମହିଳାଙ୍କୁ ଅସଦାଚାରଣ ସହ ଗଣଦୁଷ୍କର୍ମକୁ ବିରୋଧ କରିବାକୁ ଯାଇ କିଛି ଅଜଣା ବ୍ୟକ୍ତିଙ୍କ ହାତରେ ବିଭାଷଙ୍କର ମୃତ୍ୟୁ ଘଟିଥିଲା। କର୍ଣ୍ଣାଟକର ହମ୍ପି ଅଞ୍ଚଳରେ ଏଭଳି ଲୋମଟାଙ୍କୁରା ଘଟଣା ଘଟି ଥିବା ବେଳେ ମୃତ ବିଭାଷଙ୍କ ମୃତ ଶରୀରକୁ କର୍ଣ୍ଣାଟକରୁ ଅଣାଯାଇ ଘୁ.ଉଦୟଗିରି ଠାରେ ସମାଧି ଦିଆଯାଇଛି।
ଶେଷକୃତ୍ୟ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଖ୍ରୀଷ୍ଟଧର୍ମର ପ୍ରଚାରକ, ଫାଦର, ସିଷ୍ଟର ଆଖାପାଖ ଅଞ୍ଚଳରେ ଥିବା ଚର୍ଚ୍ଚଗୁଡ଼ିକର ପାଳକଙ୍କ ଗହଣରେ ଅପରାହ୍ନ ପ୍ରାୟ ୪ଟା ସମୟରେ ଖ୍ରୀଷ୍ଟୀୟ ରୀତିନୀତି ଅନୁସାର ବିଭାଷଙ୍କୁ କବର ଦିଆଯାଇଥିଲା।
କର୍ଣ୍ଣାଟକର ଏହି ଲୋମଟାଙ୍କୁରା ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇ ଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ହତ୍ୟାକାରୀଙ୍କୁ ଉଚିତ୍ ଦଣ୍ଡ ଦେବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ମାର୍ଚ୍ଚ ୬ ରାତିରେ କର୍ଣ୍ଣାଟକର ହାମ୍ପି ଅଞ୍ଚଳରେ ବୁଲୁଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୧ଟାରେ ୩ଜଣ ଅଜଣା ବ୍ୟକ୍ତି ଆସି ସେମାନଙ୍କ ସହ ଯୁକ୍ତିତର୍କ କରି ଗାଳି ଗୁଲଜ ଯୁକ୍ତିତର୍କ କରିବା ସହ ସେମାନଙ୍କୁ ଅସଦାଚରଣ କରି ଥିଲେ।
ଅଧିକ ପଢ଼ନ୍ତୁ: ମହିଳାମାନଙ୍କୁ ନିଜର ଯତ୍ନ ନେବାକୁ ଅନୁରୋଧ କଲେ ନୀତା ଅମ୍ବାନୀ
ଶେଷରେ ସେମାନଙ୍କ ମାଡ଼ରେ ଓଡ଼ିଆ ଯୁବକ ବିଭାଷ କୁମାର ନାୟକଙ୍କର ମୃତ୍ୟୁ ହୋଇଥିଲା। ହାମ୍ପି ବୁଲିବାକୁ ସେ ବିଦେଶୀ ବନ୍ଧୁଙ୍କ ସହ କର୍ଣ୍ଣାଟକ ଯାଇଥିବା ବେଳେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ତୁରନ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଷଙ୍କ ପରିବାର ଲୋକେ ଦାବି କରିଛନ୍ତି।
ବିଭାଷଙ୍କ ମୃତ୍ୟୁରେ ଦାରିଙ୍ଗବାଡ଼ି,ଘୁ. ଉଦୟଗିରି ସହ କନ୍ଧମାଳ ଜିଲ୍ଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କ ମରଶରୀରର ଜି.ଉଦୟଗିରିର ଗୁଡ୍ରିପଡ଼ି ସ୍ଥିତ ବିଶପ ହାଉସଠାରେ ଶେଷ କୃତ୍ୟ ସମ୍ପନ୍ନ କରାଯିବା ସହ ଉପସ୍ଥିତ ଲୋକଙ୍କ ସମେତ ବନ୍ଧୁ ପରିଜନ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।
ଅଧିକ ପଢ଼ନ୍ତୁ: ୬ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲେ ସ୍ୱତନ୍ତ୍ର ରିଲିଫ୍ କମିସନର