ରାଜଭବନରେ କୁଳପତି ସମ୍ମିଳନୀ, ଉଚ୍ଚଶିକ୍ଷାରେ ସଂସ୍କାର ପାଇଁ ପରାମର୍ଶ ଦେଲେ ରାଜ୍ୟପାଳ

ଭୁବନେଶ୍ୱର : ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ସତ୍ୟପାଲ ମଲିକଙ୍କ ଅଧ୍ୟକ୍ଷତାରେ ଆଜି ରାଜଭବନରେ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ କୁଳପତି ଯୋଗ ଦେଇଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ୪ଟିି ବିଭାଗର ମନ୍ତ୍ରୀ ଓ ସଚିବମାନେ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି। ଏହି ସମ୍ମିଳନୀରେ ରାଜ୍ୟପାଳ ଶ୍ରୀ ମଲ୍ଲିକ କହିଛନ୍ତି ଯେ ବିହାର ତୁଳନାରେ ଓଡ଼ିଶେରେ ଉଚ୍ଚଶିକ୍ଷା ସ୍ଥିତି ଭଲ । ତେବେ ଏବେ ବି ଦେଶର ୧୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାରେ କୌଣସି ବଶ୍ୱବିଦ୍ୟାଳୟ ସ୍ଥାନ ପାଇ ନାହାଁନ୍ତି। ତେଣୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ବହୁ ସଂସ୍କାର ଅଣାଯାଇ ପାରିବ।ସବୁ ବିଶ୍ୱବିଦୃାଳୟ ପାଇଁ: ଏକକ ପ୍ରବେଶିକା ପରୀକ୍ଷା କରାଯାଇ ପାରିବ ବୋଲି ରାଜ୍ୟପାଳ ଶ୍ରୀ ମଲ୍ଲିକ କହିଛନ୍ତି। ଛାତ୍ର ସଂସଦ ନିର୍ବାଚନ ଓ ଛାତ୍ର ନେତାଙ୍କ ଦ୍ୱାରା ନୂତନ ଦୃଢ଼ ନେତୃତ୍ୱ ଆଗକୁ ଆସିବ ବୋଲି କହି ବିଶ୍ୱବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନ ସପକ୍ଷରେ ମତ ଦେଇଛନ୍ତି ରାଜ୍ୟପାଳ ଶ୍ରୀ ମଲ୍ଲିକ।
ବ ରାଜଭବନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ପୂରଣ, କ୍ୟାମ୍ପସ ଶୃଙ୍ଖଳା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟର ଅଗ୍ରଗତି, ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଓ ୪୦ ଏକର ଜମି ଗାଏବ ଘଟଣା, ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସର ଅଗ୍ରଗତି ନେଇ ସମ୍ମିଳନୀରେ ଆଲୋଚନା ହେଉଛି। ଏହାବ୍ୟତୀତ ସମସ୍ତ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ, ଗବେଷଣାକୁ ପ୍ରାଧାନ୍ୟ, କ୍ୟାମ୍ପସରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ, ପ୍ଲେସମେଣ୍ଟ ସେଲ୍‌ର କାର୍ଯ୍ୟକାରିତା, ଅଭିଯୋଗର ଶୁଣାଣି ଓ ସମାଧାନ ପଦ୍ଧତିର କ୍ରିୟାଶୀଳତା, ବିଭିନ୍ନ ଅନୁଦାନର ସୁବିନିଯୋଗ ଓ ଧାର୍ଯ୍ୟ ସମୟରେ ବିନିଯୋଗ ପ୍ରମାଣପତ୍ର ପ୍ରଦାନ ବିଷୟରେ କୁଳାଧିପତି ଶ୍ରୀ ପାଲ୍‌ କୁଳପତିମାନଙ୍କ ସହ ଆଲୋଚନା କରୁଛନ୍ତି।

ସମ୍ବନ୍ଧିତ ଖବର