ବେପାରୀଙ୍କ କବ୍‌ଜାରେ ବିଲ : ଶୋଷଣର ଶିକାର ହେଉଛନ୍ତି ପରିବା ଚାଷୀ

ବରଗଡ଼ : ଜିଲ୍ଲାରେ ଚାଷୀ ମୁହଁରେ ଆଉ ହରସ ନାହିଁ। ଉଭୟ ଚାଷ ଓ ଚାଷୀ ସ˚କଟ ଦେଇ ଗତି କରୁଛି। ପ୍ରାକୃତିକ ବିପର୍ଯ୍ୟୟ ଚାଷୀର ମେରୁଦଣ୍ତ ଭା˚ଗି ଦେଇଥିବା ବେଳେ ମଣିଷକୃତ ବିପର୍ଯ୍ୟୟ ଚାଷୀକୁ ଘୋର ବିପତ୍ତି ଆଡ଼କୁ ଠେଲି ଦେଉଛି। କ୍ରମାଗତ ମରୁଡ଼ି ଏବ˚ ଜଳାଭାବ ଯୋଗୁଁ ଚାଷୀଙ୍କୁ ବିକଳ୍ପ ଚାଷ (ପରିବା) ପ୍ରତି ପ୍ରୋତ୍ସାହିତ କରାଯାଉଛି। କିନ୍ତୁ ଚାଷୀ ପରିବା ଚାଷ କଲେ ବି ପରିବାରକୁ ପେଟ ପୂରା ଖାଦ୍ୟ ଦେବାରେ ବିଫଳ ହେଉଛି। ସ୍ଥିତି ଏଭଳି ଯେ ଚାଷୀଙ୍କୁ ବଜାରରେ ଚାଲିଥିବା ପରିବା ଦର ସ˚ପର୍କରେ ଜଣାନାହିଁ। ଏହାର ଫାଇଦା ନେଇ ଦଲାଲ ମାନେ ପ୍ରଚୁର ମୁନାଫା ପାଉଛନ୍ତି।

ବରଗଡ଼ ସହର ଉପକଣ୍ଠସ୍ଥ ତେଲନଟିକ୍ରା ଗାଁକୁ ଗୋଟିଏ ଉଦାହରଣ ଭାବେ ନିଆଯାଇପାରେ। ଗାଁରେ ୫୦ ଜଣ ଚାଷୀ ଧାନ ବ୍ୟତୀତ କୋବି, ବାଇଗଣ, ଲଙ୍କା, ଆଳୁ ଏବ˚ ଭେଣ୍ତି ଚାଷ କରି ଏମାନେ ଗୁଜୁରାଣ ମେଣ୍ଟାଇଥାନ୍ତି। କେନାଲ ସୁବିଧା ଥିବାରୁ ପ୍ରାୟତଃ ଚାଷ ଭଲ ହୋଇଥାଏ। କିନ୍ତୁ ଯେତିକି ଅମଳ ହେଲେ ବି ଚାଷୀକୁ ଆଶାନୁରୂପକ ଉପାର୍ଜନ ମିଳିନଥାଏ। କାରଣ ଚାଷୀଙ୍କୁ ଦଲାଲ ମାନେ ଶୋଷି ଦିଅନ୍ତି। ଚାଷୀଙ୍କୁ ବଜାରରେ କେଉଁ ପରିବା ଦର କ’ଣ ରହିଛି, ତାହା ଜଣାନାହିଁ। ଅନୁମାନିକ ଦରରେ ଚାଷୀ ପରିବା ତକ ବେପାରୀ କିମ୍ବା ଦଲାଲଙ୍କୁ ଟେକି ଦେଇଥାନ୍ତି। ସ୍ବଳ୍ପ ଦରରେ ଚାଲିଥିବା ଏହି କିଣାବିକାରେ ବି ଚାଷୀ ଲୁଣ୍ଠିତ ହୋଇଥାନ୍ତି। ଚାଷୀମାନେ ଯେଉଁ ପରିବା ବେପାରୀଙ୍କୁ ଦିଅନ୍ତି ତାକୁ ଓଜନ କରାଯାଏ ନାହିଁ। ବର˚ ବେପାରୀମାନେ କ୍ଷେତରେ ଥିବା ସାମଗ୍ରିକ ପରିବାକୁ ଦେଖି ଦର ନିର୍ଦ୍ଧାରଣ କରିଥାନ୍ତି। ଚାଷୀମାନେ କ୍ଷେତରେ କଠିନ ପରିଶ୍ରମ କରୁଥିବାରୁ ସିଧାସଳଖ ବଜାରକୁ ନିଜ ପରିବା ନେବାକୁ ଅମ˚ଗ ହେଉଛନ୍ତି।

ଅନ୍ୟପକ୍ଷରେ ବଜାରରେ ମନଇଚ୍ଛା ଦରରେ ପରିବା ବିକ୍ରି ହେଉଛି। ଗୋଟିଏ ବଜାରରେ ପରିବା ଦର ଭିନ୍ନଭିନ୍ନ ରହୁଛି। ହାଟପଦା ପରିବା ବଜାର ଏଭଳି ସ୍ଥିତି ଦେଖା ଦେଇଛି। ବଜାରରେ ପରିବା ଦର ଦର୍ଶାଇବା ପାଇଁ ବୋର୍ଡ କୌଣସି ବୋର୍ଡ ଲାଗି ନାହିଁ। ତେଣୁ ବେପାରୀମାନେ ମନଇଚ୍ଛା ଦର କଷୁଛନ୍ତି। ଗ୍ରାହକମାନେ ସଠିକ୍‌ ମୂଲ୍ୟ ଜାଣିପାରୁନଥିବାରୁ ଠକାମୀର ଶିକାର ହେଉଛନ୍ତି। ଚାଷୀ ମଧୢ ସମାନ ପରିସ୍ଥିତିର ସମ୍ମୁଖୀନ ହେଉଛି।

ସମ୍ବନ୍ଧିତ ଖବର