ଭୁବନେଶ୍ବର : ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ବିଜୟୀ ହେବା ପରେ ଆଜି ବିଜେଡି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଥିଲା। ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଏଥି ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବାଜା, ବାଣରେ ଦୁଲୁକିଥିଲା କାର୍ଯ୍ୟାଳୟ। ମନ୍ତ୍ରୀ, ବିଧାୟକଙ୍କ ସମେତ ଛାମୁଆ ନେତା ଓ କର୍ମୀମାନେ ନାଚ, ଗୀତରେ ମସ୍ଗୁଲ୍ ହୋଇଥିଲେ। ଆଦିବାସୀ ନୃତ୍ୟରେ ଅଣ୍ଟାରେ ହାତ ଦେଇ ଲୋକକଳାକାରଙ୍କ ସହ ଝୁମିଥିଲେ ଦଳୀୟ କର୍ମୀ ଓ ନେତା। ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସମ୍ବିତ ରାଉତ ଓ ପ୍ରଣବ ବଳବନ୍ତରାୟଙ୍କ ସମେତ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ବର ମେୟର୍ ସୁଲୋଚନା ଦାସ ଓ ବହୁ ସଂଖ୍ୟାରେ ବିଜେଡିର କର୍ପୋରେଟର୍ମାନେ ଉତ୍ସବରେ ନିଜକୁ ସାମିଲ କରିଥିଲେ। ସେଠାରେ ପରସ୍ପରକୁ ମିଠାଇ ଖୁଆଇ ଉତ୍ସବ ପାଳନ କରିଥିଲେ।
ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ବିଜୟୀ ହେବା ପରେ ବିଜେଡି ପକ୍ଷରୁ ବିଜୟ ଉତ୍ସବ: ନାଚ, ଗୀତରେ ମସଗୁଲ୍ ନେତା, ମନ୍ତ୍ରୀ
/sambad/media/post_attachments/wp-content/uploads/2022/07/m15-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)