ଭୁବନେଶ୍ୱର : ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବ ପ୍ରଦୀପ କୁମାର ସିହ୍ନା ଓ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ମଧ୍ୟରେ ଭିଡ଼ିଓ କନ୍ଫରେନ୍ସିଂ ଯୋଗେ ରାଜ୍ୟର ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକର ବିକାଶ ପ୍ରସଙ୍ଗରେ ଆଲୋଚନା ହୋଇଛି। କେନ୍ଦ୍ର-ରାଜ୍ୟ ମଧ୍ୟରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟତଃ ନକ୍ସଲ୍ ପ୍ରଭାବିତ ଜିଲ୍ଲାମାନଙ୍କରେ ବ୍ୟାଙ୍କ ସେବା, ବିଦ୍ୟୁତୀକରଣ, ଟେଲି ଯୋଗାଯୋଗ, ରାସ୍ତା ଓ ପୋଲ ନିିର୍ମାଣ, ଅଣପାରମ୍ପରିକ ଶକ୍ତି ଯୋଗାଣ ବ୍ୟବସ୍ଥା, ଶିକ୍ଷା ଓ ସାକ୍ଷରତା, ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ, ବାଳିକା ଛାତ୍ରାବାସ ନିିର୍ମାଣ, ସର୍ବଶିକ୍ଷା ଅଭିଯାନ, କୌଶଳ ବିକାଶ ଆଦି କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା। ମୁଖ୍ୟ ସଚିବ ଶ୍ରୀ ପାଢ଼ୀ କହିଥିଲେ, ରାଜ୍ୟର ନକ୍ସଲ୍ ପ୍ରଭାବିତ ଜିଲ୍ଲାଗୁଡ଼ିକର ୨୪୭ଟି ବ୍ଲକ୍ରେ ବ୍ୟାଙ୍କ୍ ସେବା ଶୂନ। ୨୦୪୦ଟି ପ୍ରଭାବିତ ପଂଚାୟତରେ କୌଣସି ବ୍ୟାଙ୍କ୍ ଶାଖା ପ୍ରତିଷ୍ଠା ହୋଇପାରିନାହିଁ। ଏହି ସବୁ ଅଂଚଳରେ ବ୍ୟାଙ୍କ୍ ସେବା ଉପଲବ୍ଧ କରାଇବା ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଅର୍ଥ ମନ୍ତ୍ରାଳୟଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ, ନକ୍ସଲ୍ ପ୍ରଭାବିତ ଜିଲ୍ଲାମାନଙ୍କରେ ଥିବା ସମସ୍ତ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ହୋଇଛି। କୋରାପୁଟ ଏବଂ ମାଲକାନ୍ଗିରି ଜିଲ୍ଲାର ଆଂଶିକ ବିଦୁ୍ୟୁତୀକରଣ ଗ୍ରାମଗୁଡ଼ିକର ସବୁ ପରିବାରଙ୍କୁ ଚଳିତବର୍ଷ ଡିିସେମ୍ବର ମାସ ଶେଷସୁଦ୍ଧା ସଂପୂର୍ଣ୍ଣ ରୂପେ ବିଦୁ୍ୟୁତ୍ ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦୁର୍ଗମ ସ୍ଥାନମାନଙ୍କରେ ପାନୀୟଜଳ ଉତ୍ତୋଳନ ନିିମନ୍ତେ ୭୬୪୭ଟି ସୌର ଶକ୍ତି ପମ୍ପ ଏବଂ ଜଳସେଚନ ନିିମନ୍ତେ ୮୦୭ଟି ସୌର ଶକ୍ତି ପମ୍ପ ଯୋଗାଇ ଦିିଆଯାଇଛି। ୩୬୫୩୦ଟି ସୌର-ଲଣ୍ଠନ ମଧ୍ୟ ଏହି ନକ୍ସଲ୍ ପ୍ରଭାବିତ ଜିଲ୍ଲାମାନଙ୍କରେ ବଣ୍ଟନ କରାଯାଇଛି। ଓଡ଼ିଶା ପାଇଁ ଅଧିକ ସୌର-ପମ୍ପ, ସୌର-ଲଣ୍ଠନ ଏବଂ ସୌର-ରାସ୍ତା ଆଲୋକିତ ସେଟ୍ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ ଅଣପାରମ୍ପରିକ ଶକ୍ତି ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି। ଶିକ୍ଷା କ୍ଷେତ୍ରରେ ବିକାଶ ନେଇ ଦର୍ଶାଯାଇଥିଲା ଯେ କୋରାପୁଟ ଜିଲ୍ଲାରେ ସ୍ଥାପିତ ୧୦୧ଟି ନୂତନ ବିଦ୍ୟାଳୟ ଓ ମାଲକାନ୍ଗିରି ଜିଲ୍ଲାର ୫୬ଟି ବିଦ୍ୟାଳୟରେ ପାଠପଢ଼ା ଚାଲିଛି। କୌଶଳ ବିକାଶ ତାଲିମ ନିମନ୍ତେ ରାଜ୍ୟରେ ୫ଟି ନୂଆ ଆଇ.ଟି.ଆଇ ଏବଂ ୧୦ଟି କୌଶଳ ବିକାଶ କେନ୍ଦ୍ର ନିିର୍ମାଣ ସରିଛି।
କ୍ୟାବିନେଟ୍ ସଚିବ-ମୁଖ୍ୟ ସଚିବଙ୍କ ଭିଡିଓ କନଫରେନ୍ସିଂ
/sambad/media/post_attachments/wp-content/uploads/2018/07/secy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)