ମହାକାଳପଡ଼ା: ନଈରେ ମାଙ୍କଡ଼କୁ ଆକ୍ରମଣ କରିଥିଲା କୁମ୍ଭୀର। କୁମ୍ଭୀର କବଳରୁ ମାଙ୍କଡ଼କୁ ବଞ୍ଚାଇବା ପାଇଁ ସାଥୀ ମାଙ୍କଡ଼ମାନେ ଜୀବନକୁ ବାଜି ଲଗେଇ ଦେଇଥିଲେ। ହେଲେ ସେମାନଙ୍କ ଉଦ୍ୟମ ବିଫଳ ହେଲା। କିନ୍ତୁ ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ଘଟିଛି ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଖରିନାସି ସଂରକ୍ଷିତ ଜଙ୍ଗଲ ନିକଟରେ। ଜଙ୍ଗଲ ପାର୍ଶ୍ବରେ ଥିବା ମହାନଦୀର ଶାଖା ନଦୀ ଖରିନାସି ଗଳିଆ ନଦୀରୁ ପାଣି ପିଇବାକୁ ଯାଇଥିବା ଏକ ମାଙ୍କଡ଼କୁ କୁମ୍ଭୀର ଆକ୍ରମଣ କରିଥିଲା।
Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ
ଉକ୍ତ ମାଙ୍କଡ଼ର ଚିତ୍କାର ଶୁଣି ନଦୀ ଆରପଟେ ଥିବା ସାଥୀ ମାଙ୍କଡ଼ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହୋଇ କୁମ୍ଭୀର କବଳରୁ ମାଙ୍କଡ଼କୁ ଉଦ୍ଧାର କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ବି ସମ୍ଭବ ହୋଇ ନଥିଲା। ଏହି ସମୟର ଦୃଶ୍ୟକୁ ଜଣେ ଯୁବକ ନିଜ ମୋବାଇଲ୍ରେ ରେକର୍ଡ କରିଥିଲେ। ମଣିଷ ଅସୁବିଧାରେ ପଡ଼ିଲେ ଅନ୍ୟମାନେ ମୁହଁ ଆଡ଼େଇ ଚାଲିଯାଉଛନ୍ତି। କିନ୍ତୁ ଏକ ମାଙ୍କଡ଼ ବିପଦରେ ପଡ଼ିଥିବା ଜାଣି ସାଥୀମାନେ ନିଜ ଜୀବନକୁ ବାଜିରେ ଲଗାଇ ଭରାନଦୀ ପାର ହୋଇ କୁମ୍ଭୀର ମୁହଁରୁ ଉଦ୍ଧାର କରିବାକୁ ଉଦ୍ୟମ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/26/adgdadgzcvvcvcvc-2025-12-26-01-47-41.jpg)