ପ୍ରଧାନଶିକ୍ଷକଙ୍କ କାଣ୍ଡକାର୍‌ନାମା ଭିଡିଓ ଭାଇରାଲ୍‌ : ସ୍କୁଲ୍‌ରେ ମଦ ପିଇ ଶୋଇଗଲେ

ପୁରୀ/ଗୋପ : ପୁରୀ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଖୋଦ୍‌ ପ୍ରଧାନଶିକ୍ଷକ ମଦ ପିଇ ଆସିବା ଭଳି ଏକ ଘଟଣା ଆମ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।

ସୂଚନା ଅନୁସାରେ, ଗୋପ ବ୍ଲକ୍‌ ଡଭାର ପଞ୍ଚାୟତର ଆଈମା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌରାଙ୍ଗ ପଲାଇ ସ୍କୁଲ୍‌କୁ ମଦ ପିଇ ଆସିଥିଲେ। ସ୍କୁଲ୍‌ରେ ପହଞ୍ଚ ଚେୟାର୍‌ ଉପରେ ତଥା ଚଟାଣରେ ଶୋଇ ରହିଥିଲେ। ଯିଏ ଯେତେ ଡାକିଲେ ବି ଉଠିନଥିଲେ। ଏପରିକି, ଶିକ୍ଷକଙ୍କୁ ପିଲାମାନେ ପାଠ ପଢାଇବାକୁ ହାତ ଧରି ଡାକିଥିଲେ ବି ଶିକ୍ଷକ ଜଣକ ଶୁଣି ନ ଥିଲେ। ଏହାର ସମ୍ପୂର୍ଣ୍ଣ ଦୃଶ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି।

ପ୍ରଧାନଶିକ୍ଷକଙ୍କ ଏହି କାଣ୍ଡକାରଖାନାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବ୍ଲକ୍‌ ଶିକ୍ଷା ଅଧିକାରୀ ବସନ୍ତ କୁମାର ମିଶ୍ର କହିଛନ୍ତି ଯେ, ଆସନ୍ତାକାଲି ଏକ ଟିମ୍‌ ସ୍କୁଲକୁ ଯାଇ ତଦନ୍ତ କରିବା ପରେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର