ନବରଙ୍ଗପୁର: ମୈଦଲପୁରରେ ‌ଗତ୨୨ ରୁ ଗତ କାଲି ଯାଏଁ ହୋଇଥିଲା ଅପେରା। ଏଥିରେ ଗତକାଲି ରାତିରେ ଅପେରା ଆରମ୍ଭରେ ହୋଇଥିବା ରେକର୍ଡ ଡ୍ୟାନ୍ସରେ ସବୁ ସୀମାକୁ ଟପି ଜୈନେକା ନୃତ୍ୟାଙ୍ଗନା ଜଣକ ଅର୍ଦ୍ଧନଗ୍ନ ଅବସ୍ଥାରେ ନୃତ୍ୟ କରିଥିଲେ।

Advertisment

ନେତା ଫିଙ୍ଗୁଥିଲେ ଟଙ୍କା

ସେ ଷ୍ଟେଜର ସବୁ କୋଣକୁ ବୁଲି ନାଚ କରୁଥିବା ଏବଂ ସମସ୍ତ ସୀମାକୁ ଟପି ଯାଇଥିବା ଭିଡିଓ ଭାଇରାଲ ହୋଇଛି। ଏପରିକି ପାପଡାହାଣ୍ଡି ବ୍ଲକର କିଛି ରାଜନୈତିକ ନେତା ନୃତ୍ୟାଙ୍ଗନା ଜଣ ଅର୍ଦ୍ଧନଗ୍ନ ଅବସ୍ଥାରେ ଅଶ୍ଳୀଳତାର ସହ ନୃତ୍ୟ କରୁଥିବା ବେଳେ ଟଙ୍କା ପିଙ୍ଗୁଥିବା ଭିଡିଓ ବି ଭାଇରାଲ ହୋଇଛି।  

ଆହୁରି ପଢ଼ନ୍ତୁ:Marijuana Plant Destroyed: ଗଞ୍ଜେଇ ଗଛ ପୋଡ଼ିଲ‌େ ପୁଲିସ

ଏହି ଭିଡିଓ ଗୁଡିକ ଏବେ ଜିଲ୍ଲାରେ ସମସ୍ତଙ୍କ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ବାରମ୍ବାର  ରେକର୍ଡ ଡ୍ୟାନ୍ସ କରୁଥିବା ମହିଳାଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି। ଏହା ପୂର୍ବରୁ ଆଉ ଏକ ଗଣନାଟ୍ୟ ପକ୍ଷରୁ ଖାତିଗୁଡାରେ ବି ଏଭଳି ଜଣେ ନୃତ୍ୟାଙ୍ଗନା ଅର୍ଦ୍ଧନଗ୍ନ ହୋଇ ନୃତ୍ୟ କରିଥିଲେ।

କଳା ନାଁରେ ଅଶ୍ମିଳତାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏଭଳି ନୃତ୍ୟ ହେଉଥିବା ସମ୍ପର୍କରେ ପୁଲିସ ଓ ପ୍ରଶାସନ ଜାଣିବା ପରେ ବି କିଭଳି ଅନୁମତି ଦେଉଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ଆହୁରି ପଢ଼ନ୍ତୁ:Treatment Of Dead Child: ମୃତ ଶିଶୁକୁ ଅଧିକା ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଲେ ଡାକ୍ତର

ରିପୋର୍ଟ: ସୁରେଶ ନାଇଡୁ