ଲୋକଙ୍କ ପାଇଁ କାମ କଲେ କ୍ଲାନ୍ତ ଅନୁଭବ ହୁଏନି: ନବୀନ

ପାଣ୍ଡିଆନ୍‌ଙ୍କ ସହ କଥାବାର୍ତ୍ତାର ଭିଡିଓ ଭାଇରାଲ୍‌

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଆଜି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍ ହୋଇଛି। ଭିଡିଓରେ ମୁମ୍ବାଇ ଗସ୍ତରେ ଥିବା ନବୀନଙ୍କୁ ଶ୍ରୀ ପାଣ୍ଡିଆନ୍ ପ୍ରଶ୍ନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ବି ନିଜ ଚିରାଚରିତ ଢଙ୍ଗରେ ଏହାର ଉତ୍ତର ଦେଉଛନ୍ତି।

ଶ୍ରୀ ପାଣ୍ଡିଆନ୍ ପ୍ରଶ୍ନ କରିଥିଲେ ଯେ ଗତକାଲି ସକାଳରୁ ରାତି ପର୍ଯ୍ୟନ୍ତ ଆପଣ ୧୮ଟି ବୈଠକ କଲେ, କ୍ଲାନ୍ତ ଅନୁଭବ କରୁ ନାହାନ୍ତି ତ ? ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ କ୍ଲାନ୍ତ ନୁହେଁ। ପୁଣି ସେ ପଚାରିଥିଲେ, ସାର୍ କେମିତି ? ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଯେତେବେଳେ ତୁମେ ଲୋକଙ୍କ ପାଇଁ କାମ କର, ସେତେବେଳେ କ୍ଲାନ୍ତ ଅନୁଭବ ହୋଇ ନ ଥାଏ। ଶେଷରେ ଶ୍ରୀ ପାଣ୍ଡିଆନ୍ କହିଥିଲେ, ସାର୍‌ ଏହା ଆମମାନଙ୍କ ପାଇଁ ପ୍ରେରଣାଦାୟକ। ୨୫ ସେକେଣ୍ଡର ଏହି ଭିଡିଓ ବେଶ୍ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର