ବିଧାନ ଚନ୍ଦ୍ର ରାୟ: ଯାହାଙ୍କ ସ୍ମୃତିରେ ପାଳନ ହେଉଛି ଡାକ୍ତର ଦିବସ

ଜଣେ ବିଶିଷ୍ଟ ଚିକିତ୍ସକ, ଶିକ୍ଷାବିତ୍, ଚାଣକ୍ୟ, ସ୍ବାଧୀନତା ସଂଗ୍ରାମୀ ତଥା ରାଜନେତା ଏବଂ ପଶ୍ଚିମବଙ୍ଗର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଭାବେ ଜାତୀୟ କଂଗ୍ରେସ ପକ୍ଷରୁ କାର୍ଯ୍ୟ କରିଥିଲେ। ସେ ୧୮୮୨ ଜୁଲାଇ ଏକ ୧ ତାରିଖରେ ବିହାରର ପାଟନାଠାରେ ପିତା ପ୍ରକାଶ ଚନ୍ଦ୍ର ରାୟ ଓ ମାତା କାମିନୀ ଦେବୀଙ୍କ ଠାରୁ ଏକ ବଙ୍ଗାଳୀ ଜନ୍ମଗ୍ରହଣ କରିଥିଲେ। ବିଧାନ ୧୮୯୭ ମସିହାରେ ପାଟନା ସ୍କୁଲରୁ ମାଟ୍ରିକ ଶିକ୍ଷା ଶେଷ କରି ପାଟନା କଲେଜରେ ଗଣିତରେ ସମ୍ମାନ ଶିକ୍ଷା କରିଥିଲେ। ପରେ ସେ କଲିକତା ମେଡିକାଲ କଲେଜରେ ଆଡମିସନ୍ କରି ଡାକ୍ତରୀ ଶିକ୍ଷା ଗ୍ରହଣ କରିବାକୁ ପସନ୍ଦ କରିଥିଲେ ଓ କଲିକତା ମେଡିକାଲ କଲେଜରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିଥିଲେ। ଉଚ୍ଚଶିକ୍ଷା ପରେ ବିଧାନ କ୍ୟାମ୍ପବେଲ ମେଡିକାଲ ସ୍କୁଲରେ ଶିକ୍ଷାଦାନ କରିଥିଲେ। ସେହି ସମୟରେ ମଣିଷ ସୁସ୍ଥ ନହେଲେ ମନ ଓ ଶରୀର ଶକ୍ତିଶାଳୀ ନହେଲେ ଭାରତକୁ ସ୍ବାଧୀନତା ମିଳିବା କଷ୍ଟକର ହୋଇପଡିବ ବୋଲି ଚିନ୍ତା କରିଥିଲେ। ପରେ ଅନେକ ଚିକିତ୍ସା ଖୋଲିବାକୁ ପ୍ରେରଣା ଦେଇଥିଲେ ବିଧାନ। ଚିତ୍ତରଂଜନ ସେବା ସଦନ,କମଳା ନେହୁରା ସେବା ସଦନ, ଚିତ୍ତରଂଜନ କର୍କଟ ଚିକିତ୍ସାକଳୟ ପରି ଚିକିତ୍ସାଳୟ ଖୋଲା ଯାଇଥିଲା। ମହିଳାମାନେ ସେ ସମୟେଦରେ ଡାକ୍ତର ଖାନା ଆସିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ତେଣୁ ଡ. ବିଧାନ ମହିଳାମାନଙ୍କୁ ନର୍ସିଂ ଓ ସାିମାଜିକ କାର୍ଯ୍ୟରେ ତାଲିମ ଦେବା ପାଇଁ କେନ୍ଦ୍ର ଖୋଲିଥିଲେ। ୧୯୨୬ ମସିହାରେ ମହିଳା ଓ ଶିଶୁ ମାନଙ୍କ ପାଇଁ ଚିତ୍ତରଂଜନ ସେବା ସଦନ ଖୋଲା ଯାଇଥିଲା। ନିଜର ଶିକ୍ଷାର ସଫଳତା ଭିତରେ ବିଧାନ ଏକା ସଙ୍ଗେ ରୟାଲ କଲେଜ ଅଫ୍ ଫିଜିକ୍ସର ସଦସ୍ୟ ଓ ରୟାଲ କଲେଜ ଅଫ୍ ସର୍ଜନର ସହକର୍ମୀ ହେବାର ବିରଳ ସଫଳତା ହାସଲ କରିଥିଲେ। ନିଜର ଜୀବନର ଅନ୍ତିମ ସମୟରେ କଂଗ୍ରେସର ପ୍ରସ୍ତାବ କ୍ରମେ ସେ ବଙ୍ଗଳାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୪୮ରୁ ୧୯୬୨ ପର୍ଯ୍ୟନ୍ତ ‌ସେ ମୁଖ୍ୟମନ୍ତ୍ରୀ ଭାବେ ପଶ୍ଚିମବଙ୍ଗ ପାଇଁ ଅନେକ ପରିବର୍ତ୍ତନ ଆଣିଥିଲେ। ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ନିଜ ବୃତ୍ତିରୁ ‌ନିବୃତ ହୋଇ ସମାଜସେବାକୁ ମନ ଦେଇଥିଲେ। ବଙ୍ଗଳାର ବିକ୍ଷିପ୍ତ ଆଇନ ବ୍ୟବସ୍ଥାକୁ ସେ ୩ ବର୍ଷ ଭିତରେ ଫେରାଇ ଆଣିବାକୁ ସକ୍ଷମ ହୋଇଥିଲେ। ନିଜ ଜୀବନରେ ଅନେକ ସଫଳତାର ପାହାଚ ଚଢ଼ିଥିବା ଡ. ରାୟଙ୍କୁ ୧୯୬୧ ଫେବୃଆରୀ ୪ ତାରିଖରେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ନିଜ ଜୀବନରେ ଅନେକ ଅନୁଭୂତିକୁ ନେଇ ସେବା କାର୍ଯ୍ୟ କରିଥିବା ଡ.ବିଧାନ ରାୟ ୧୯୬୨ ମସିହାର ନିଜର ଜନ୍ମ ତାରିଖ ସେହି ଜୁଲାଇ ୧ରେ ମୃତ୍ୟୁ ବରଣ କରିଥିଲେ।

ସମ୍ବନ୍ଧିତ ଖବର