ବିଧାନସଭା ଷ୍ଟାଣ୍ଡିଂ କମିଟିର ବୌଦ୍ଧ ପରିଦର୍ଶନ

ବୌଦ୍ଧ: ବିଧାନସଭା ଷ୍ଟାଣ୍ଡିଂ କମିଟି-୪ର ଉପକମିଟି-୧ ବୁଧବାର ବୌଦ୍ଧ ଜିଲ୍ଲା ପରିଦର୍ଶନ କରି ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି। କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର, ମହୀଧର ରଣା ଓ ପ୍ରଦୀପ ଦିଶାରୀଙ୍କ ସହ ପଞ୍ଚାୟତିରାଜ ଓ ଜଳ ଯୋଗାଣ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ଉପସ୍ଥିତ ଥିଲେ।

ଅପରାହ୍‌ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ, ସମବାୟ ଓ ହସ୍ତତନ୍ତ ଆଦି ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ। ବୈଠକରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର