ସମ୍ବଲପୁରୀ ଶାଢ଼ିରେ ଝଲସିଲେ ବିଦ୍ୟା ବାଲନ, ବୁଣା ହେବାକୁ ଲାଗିଛି ପୂରା ୧ ମାସ

ସମ୍ବଲପୁର : ସମ୍ବଲପୁରୀ ଶାଢ଼ିର ବୁଣାକାରମାନଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି ପ୍ରସିଦ୍ଧ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ୍। କାଲି ମୁକ୍ତିଲାଭ କରୁଥିବା ତାଙ୍କ ‘ଶକୁନ୍ତଳା ଦେବୀ ସିନେମାର ପ୍ରମୋସନ୍‌ ଅବସରରେ ଏକ ସ୍ବତନ୍ତ୍ର ସମ୍ବଲପୁରୀ ଶାଢ଼ି ପିନ୍ଧି ଝଟକିଛନ୍ତି ବିଦ୍ୟା। ଏହି ଶାଢ଼ି ତାଙ୍କୁ ବହୁତ ଭଲ ଲାଗିଥିବା ଓ ଏହାକୁ ପିନ୍ଧିଥିବାରୁ ସେ ଖୁବ ଆନନ୍ଦିତ ବୋଲି କହିଛନ୍ତି। ଶକୁନ୍ତଳା ଦେବୀ ସିନେମା ପାଇଁ ଏହି ସମ୍ବଲପୁରୀ ଶାଢ଼ିଟି ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏହି ଶାଢ଼ି ସାରା ବିଭିନ୍ନ ଗାଣିତିକ ସମୀକରଣର ଚିତ୍ର ରହିଛି। ଶାଢ଼ିଟିକୁ ସୋନପୁର କେନ୍ଦୁପାଲିର ରମାକାନ୍ତ ‌ମେହେର ବୁଣିଥିବା ଓ ଭୁବନେଶ୍ବରଭିତ୍ତିକ ଉତ୍କଳ ମିତ୍ର ସଂସ୍ଥା ଏହାର ବ୍ରାଣ୍ଡିଂ କରିଥିବା ବିଦ୍ୟା ସୂଚନା ଦେଇଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌, ଟ୍ବିଟରରେ ଫଟୋ ଛାଡ଼ିଲେ
‘ଶକୁନ୍ତଳା ଦେବୀ ଫିଲ୍ମ ପାଇଁ ପ୍ରସ୍ତୁତ
ସୋନପୁର କେନ୍ଦୁପାଲିରେ ବୁଣା ହୋଇଛି

Infinite thanks to @balanvidya Mam! Your unconditional love and support for our very highly skilled #Odisha #sambalpuri #weavers gives us unending happiness and we remain #alwaysingratitude to you! Your wearing this #tieanddye labor of love and toil with #mathematical #symbols n #equations woven all over the saree, by our hardworking Odisha weavers on the eve of release of your beautiful movie is both symbolic and touching to the core of our souls!Your this #kind and #loving #video #message for our Odisha's immensely talented weaving community comes like a God sent gift from Heaven to boost their morale during these tough #covid19 times! May #Lord #Jagannath always bless you! And we are of course waiting with bated breath for 12 am tonight to watch our favorite #ShakuntalaDevi #movie on @primevideoin ❤️😍🙏! —Credits:———Outfit – Mathematical equation saree by @utkalamrita especially woven for the #ShakuntalaDeviPromotions Earring – @sachdeva.ritika at @minerali_store Makeup – @shre20 Hair – @bhosleshalaka Styled by – @who_wore_what_when#vocalforlocal This saree is a Sambalpuri bandha (tie and dye) silk.Woven over period of one month in Kendupali, SonepurHand woven by Ramakant Meher, with mulberry bangalore silk yarn.This video in praise of Sambalpuri weavers Vidya Mam especially made heeding to our request again and again which we made to her team, for encouraging our weavers who work so hard and are suffering all the time and more so during this pandemic.We felt from heart that let her not go live with us or give any brand endorsement video for us, but infinitely more important is for her to give a small 20 second video message for our Odisha weaver community which will boost their morale immeasurably. And that is exactly what by Lord Jagannath's grace she has given…a soul touching 30 second video entirely on our request, for the weavers of Odisha. Thanks so much for kind support! We brand @utkalamrita have been struggling since 5 years to make our Odisha weaves go global, and here is just the beginning. Long way to go. Jai Jagannath!

Publiée par Utkalamrita sur Jeudi 30 juillet 2020

ମଲବେରି ସିଲ୍‌କ ସୂତାରେ ଏହି ବାନ୍ଧ ଶାଢ଼ିଟି ବୁଣିବା ପାଇଁ ଶ୍ରୀ ମେହେରଙ୍କୁ ୧ ମାସ ସମୟ ଲାଗିଥିଲା। ଏହି ସିନେମା ଜରିଆରେ ସାରା ଦୁନିଆରେ ସମ୍ବଲପୁରୀ ଶାଢ଼ିର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଶକୁନ୍ତଳା ଦେବୀ ସିନେମା ଶୁକ୍ରବାର ରିଲିଜ୍ ହେବାକୁ ଯାଉଥିବାବେଳେ ଶନିବାର ବିଶ୍ବବ୍ୟାପୀ ‘ସମ୍ବଲପୁରୀ ଦିନ୍ ପାଳିତ ହେବ। ବିଦ୍ୟା ବାଲନ୍‌ ଟ୍ବିଟରରେ ମଧ୍ୟ ଶାଢ଼ି ସହ ଫଟୋ ପୋଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର