ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି।
/sambad/media/post_attachments/wp-content/uploads/2022/06/03d0d5c9-8e06-4659-b48f-bf78fa4ae3e0.jpg)
ସୂଚନା ଅନୁଯାୟୀ, ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଛତ୍ରପୁରରେ ଥିବା ଦ୍ବିମହଲା ଘର, ଛତ୍ରପୁରର ରାମ ନଗରରେ ଅବସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ବ୍ରହ୍ମପୁରର ଖାରବେଳ ନଗରରେ ଅବସ୍ଥିତ ଦୁଇମହଲା କୋଠା, ରାଜଧାନୀର ଚନ୍ଦ୍ରଶେଖରପୁରଠାରେ ତାଙ୍କ ପୁଅ ସୌମ୍ୟରଂଜନ ବେହେରା ରହୁଥିବା ମା ରେସିଡେନ୍ସି ଓୟେ ହୋଟେଲ ଓ ବାଲେଶ୍ବର ଅଙ୍ଗରାଗଡିଆରେ ଅବସ୍ଥିତ ତାଙ୍କ ବଡ଼ ଝିଅ ଡକ୍ଟର ନିବେଦିତା ବେହେରାଙ୍କ ଆବାସିକ ଘରେ ଏକକାଳୀନ ଚଢ଼ାଉ ଜାରି ରହିଛି।
/sambad/media/post_attachments/wp-content/uploads/2022/06/7990beb9-e1fb-4533-83a4-3b3de3017b57.jpg)
୪ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ ଚାଲିଛି। ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି। ଏନେଇ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Caught-on-Vigillancet_Thumbnail.jpg)